Only for Entertainment

ଟ୍ରେସ ଫ୍ରି ହଲିଡେ ପାଇଁ ବୁଲିବାକୁ ଯାଆନ୍ତୁ କେରଳର ଏହି ସ୍ଥାନକୁ

WeekendThrill
0 52

ଗରମ ଦିନ ଛୁଟିରେ ପିଲାମାନଙ୍କ ସହିତ ସମୟ ବିତାଇବା ପାଇଁ ପ୍ରତ୍ୟେକ ପିତା ମାତା ଚାହିଁଥାନ୍ତି । ଲୋକେ ଛୁଟିରେ ନିଜ ପରିବାର ସହିତ ବୁଲିବା ପାଇଁ ପ୍ଲାନ କରିଥାନ୍ତି । ଏହା ଦ୍ୱାରା ମନ ପ୍ରଫୁଲ୍ଲ ହେବା ସହିତ ସମ୍ପର୍କ ମଧ୍ୟ ମଧୁର ହୋଇଥାଏ । ଆପଣ ଯଦି ପରିବାର ସହିତ ବୁଲିବାକୁ ପ୍ଲାନ କରୁଛନ୍ତି ତେବେ କେରଳ ହେଉଛି ସବୁଠାରୁ ଉପଯୁକ୍ତ ସ୍ଥାନ । ଗରମ ସିଜିନ ହେଉ ବା ଥଣ୍ଡା ବୁଲିବା ପାଇଁ କେରଳ ହେଉଛି ବେଷ୍ଟ ସ୍ଥାନ । କେରଳର ପ୍ରାକୃତିକ ସୁନ୍ଦରତା ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିଥାଏ । ତେବେ ଆସନ୍ତୁ ଜାଣିବା କେରଳର କିଛି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବିଷୟରେ ।

ଅଲେପ୍ପୀ

pic1
ଏହି ସ୍ଥାନରେ ବୁଲିବା ପାଇଁ ସେପ୍ଟେମ୍ବରରୁ ମଇ ହେଉଛି ଉପଯୁକ୍ତ ସମୟ । ଏଠାରେ ଆପଣ ମନ୍ଦିର ଏବଂ ଚର୍ଚ ଦୁଇଟି ସ୍ଥାନ ଦେଖି ପାରିବେ । ଅମ୍ବାଲାପୁକ୍ଷା ଶ୍ରୀ କୃଷ୍ଣ ମନ୍ଦିର, କୃଷ୍ଣାପୁରମ ପ୍ୟାଲେସ, ମରାରୀ ସମୁଦ୍ର ତଟ, ଅରଥୁଙ୍କଲ ଚର୍ଚ ସେଠାର ପ୍ରସିଦ୍ଧ ସ୍ଥାନ । ଏହା ବ୍ୟତୀତ ଏହି ସ୍ଥାନରେ ଆପଣ ହାଉସ ବୋଟିଂର ମଜା ମଧ୍ୟ ନେଇ ପାରିବେ ।

ମୁନ୍ନାର

munnar-ll
ଚା’ ବଗିଚାକୁ ନିକଟରୁ ଦେଖିବା ପାଇଁ ଚାହୁଁଛନ୍ତି ତେବେ ସାଉଥର ମୁନ୍ନାର ହିଲ ଷ୍ଟେସନ ଏଥିପାଇଁ ଉପଯୁକ୍ତ ସ୍ଥାନ । ଗରମରୁ ବଂଚିବା ପାଇଁ ମଧ୍ୟ ଭଲ ସ୍ଥାନ କାରଣ ଏଠାରେ ଥଣ୍ଡା ଲାଗିଥାଏ ।

ଥେକ୍କଡୀ

pic2
ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବା ପାଇଁ ଯଦି ଚାହୁଁଛନ୍ତି ତେବେ ଥେକ୍କଡୀ ହ୍ରଦରେ ନୌକାରେ ବୁଲିବାକୁ ଭୁଲନ୍ତୁ ନାହିଁ । ଆପଣ ଏଠାରେ କେଚିରୁ କେରଳ ଟ୍ରିପରେ ମଧ୍ୟ ଯାଇପାରିବେ ।

ଏର୍ନାକୁଲମ

ernakulam-ll
ଏଠାରେ ଆପଣ ବ୍ରିଟିଶ, ପତ୍ତୁଗାଲ ଏବଂ ଡଚ ପରମ୍ପରାକୁ ନିକଟରେ ଦେଖିପାରିବେ । ଏହି ସ୍ଥାନକୁ ଆରବ ସାଗରର ରାଜଧାନୀ ମଧ୍ୟ କୁହାଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More