Only for Entertainment

ଟ୍ରାଏ କରନ୍ତୁ ମଟନ କଟ୍‌ଲେଟ୍‌

YouTube
56

ସାମଗ୍ରୀ-

ମଟନ କିମା-୨୦୦ଗ୍ରାମ, ପିଆଜ-୫୦ଗ୍ରାମ, ସିଝା ଆଳୁ -୨ଟି, କର୍ଣ୍ଣଫ୍ଲୋର-୧କପ୍‌, କଞ୍ଚା ଲଙ୍କା-୨ଟି, ଅଦା ରସୁଣ ବଟା- ୧ ଚାମଚ୍‌, ଗରମ ମସଲା-୧/୨ଚାମଚ, ଲଙ୍କା ଗୁଣ୍ଡ-୧/୨ ଚାମଚ, କଟା ଧନିଆ ପତ୍ର, ତେଲ-୧କପ୍‌, ସ୍ୱାଦ ଅନୁସାରେ ଲୁଣ ।

ପ୍ରଣାଳୀ-

ପ୍ରଥମେ ଗୋଟିଏ ପ୍ୟାନରେ ଏକ ଚାମଚ ତେଲ ନେଇ ସେଥିରେ କଟା ପିଆଜ ପକାଇ ପିଆଜର ରଙ୍ଗ ସୁନେଲୀ ହେବା ପର୍ଯ୍ୟନ୍ତ ତାକୁ ଭାଜିବେ । ଏହାପରେ ସେଥିରେ ମଟନ କିମା, ଅଦା ରସୁଣ ବଟା ପକାଇ ତାକୁ କିଛି ସମୟ ସିଝିବାକୁ ଛାଡି ଦିଅନ୍ତୁ । କିଛି ସମୟ ପରେ ସେଥିରେ ଲଙ୍କା ଗୁଣ୍ଡ, ଲୁଣ ଓ ଗରମ ମସଲା ପକାଇ ତାକୁ ୧୦ ମିନିଟ ପାଇଁ ଘୋଡାଇ ଦେବେ। ମଟନ ଭଲଭାବେ ହୋଇଗଲାପରେ ଗ୍ୟାସକୁ ବନ୍ଦ କରି ମିଶ୍ରଣକୁ ଥଣ୍ଡା ହେବାକୁ ରଖିଦେବେ । ଗୋଟିଏ ପାତ୍ରରେ ପାଣି ଓ ୨ ଚାମଚ କର୍ଣ୍ଣଫ୍ଲୋର ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ । ଅନ୍ୟଏକ ପାତ୍ରରେ ସିଝା ଆଳୁ ଓ ଲୁଣ ଦେଇ ଚକଟିବା ପରେ ସେଥିରେ ପୂର୍ବ ପ୍ରସ୍ତୁତ ମଟନ ଓ କର୍ଣ୍ଣଫ୍ଲୋରର ଘୋଳକୁ ମିଶାଇ ଭଲଭାବେ ସିଝା ଆଳୁ ସହିତ ମିଶାଇ ଦିଅନ୍ତୁ । ଏହାପରେ ଅଟାଗୋଳା ପରି ଗୋଳା ପ୍ରସ୍ତୁତ କରି ତାକୁ ଦୁଇ ହାତରେ ସମାନଭାବେ ଚାପି ଗରମ ତେଲରେ ଛାଣି ପ୍ରସ୍ତୁତ ରକନ୍ତୁ ମଟନ କଟ୍‌ଲେଟ୍‌।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More