Only for Entertainment

ଭଉଣୀ କରିସ୍ମାଙ୍କୁ ମୁଁ ଦ୍ୱିତୀୟ ମା ଭାବିଥାଏ;କରୀନା କପୁର ।

aajtak
0 62

ସୋନମ କପୁର ଏବଂ କରୀନା କପୁର ନିଜ ଭଉଣୀ ମାନଙ୍କୁ ନେଇ ମଦର୍ସ ଡେ’ରେ କିଛି ମନ୍ତବ୍ୟ ଦେଇଛନ୍ତି । ମଦର୍ସ ଡେ’ରେ ରୋମେଡ଼ି ନାଉ ହେଶଟ୍ୟାଗ ‘ମାଇ ଅଦର ମଦର’ ନାମରେ ଏକ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଯେଉଁଥିରେ ଦର୍ଶକ ସେମାନଙ୍କ କାହାଣୀ ଏବଂ ନିଜ ଜୀବନର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ବିଷୟରେ ନିଜର ମତ ପ୍ରଦାନ କରୁଛନ୍ତିି ।

ଏହି ଖାସ କ୍ୟାମ୍ପେନ ଦ୍ୱାରା କରୀନା କପୁର କହିଛନ୍ତିଯେ,ଭଉଣୀ କରିସ୍ମାଙ୍କୁ ପାଇ ସେ ଖୁବ ଖୁସି ଅଛନ୍ତି ଏବଂ ସେଥିପାଇଁ ନିଜକୁ ସୌଭାଗ୍ୟବତୀ ବୋଲି ଭାବୁଛନ୍ତି । ତାଙ୍କ କହିବା ଅନୁସାରେ କରିସ୍ମା ସବୁବେଳେ ତାଙ୍କ ସହିତ ଅଛନ୍ତି ,ସେ ଏଭଳି ଜଣେ ବ୍ୟକ୍ତି ଯାହାଙ୍କୁ ସେ ତାଙ୍କର ଦ୍ୱିତୀୟ ମା ବୋଲି ଭାବନ୍ତି । ଏହା ବ୍ୟତୀତ ସେ ତାଙ୍କର ସମସ୍ତ କଥା କରିସ୍ମାଙ୍କ ସହିତ ସେୟାର କରନ୍ତି ।

ଏହି କ୍ୟାମ୍ପେନରେ ସୋନମ କହିଛନ୍ତିଯେ ସେହି ବ୍ୟକ୍ତି ହେଉଛନ୍ତି ତାଙ୍କ ଭଉଣୀ ରୀୟା । ସେ ସୋନମଙ୍କ ଠାରୁ ବୟସରେ ଛୋଟ ହେଲେ ମଧ୍ୟ ତାଙ୍କୁ ମା’ଭଳି ବ୍ୟବହାର କରନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More