Only for Entertainment

ଭାରତର ସବୁଠାରୁ ରହସ୍ୟମୟ କୁଣ୍ଡ, ଯେଉଁଠି ତାଳି ବଜାଇଲେ ଉପରକୁ ଉଠିଥାଏ ପାଣି

you tube
169

ଦୁନିଆରେ ଏପରି ଜଳକୁଣ୍ଡ ରହିଛି ଯାହାର ରହସ୍ୟ ଆଜି ମଧ୍ୟ ଅଜଣା । ଏପରି ଏକ ରହସ୍ୟମୟ କୁଣ୍ଡ ଭାରତରେ ମଧ୍ୟ ରହିଛି । ଏହି କୁଣ୍ଡର ରହସ୍ୟ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା ଏହି ରହସ୍ୟମୟ ଜଳକୁଣ୍ଡ ବିଷୟରେ-

ଏହି ରହସ୍ୟମୟ କୁଣ୍ଡ ଝାରଖଣ୍ଡର ବୋକାରୋ ଜିଲ୍ଲାରେ ଅବସ୍ଥିତ । କୁହାଯାଏ ଯେ ଏହି କୁଣ୍ଡର ସାମ୍ନାରେ ଠିଆ ହୋଇ ତାଳି ବଜାଇଲେ ଏହାର ପାଣି ଆପେ ଆପେ ଉପରକୁ ଉଠିଥାଏ । ଏକ ପାତ୍ରରେ ପଣି ଫୁଟିଲେ ଯେପରି ଦେଖାଯାଇଥାଏ ତାଳି ମାରିବା ପରେ କୁଣ୍ଡର ଦୃଶ୍ୟ ସେହିପରିଥାଏ । ଏହି ରହସ୍ୟ ବିଷୟରେ ଭୂ-ବୈଜ୍ଞାନିକମାନେ ମଧ୍ୟ ଜାଣିପାରିନାହାଁନ୍ତି ।

ଏହି କୁଣ୍ଡ ଦଲାହୀ କୁଣ୍ଡ ନାମରେ ପରିଚିତ । କୁହାଯାଏ ଗରମ ଦିନରେ କୁଣ୍ଡରୁ ଥଣ୍ଡା ଏବଂ ଶୀତ ଦିନରେ କୁଣ୍ଡରୁ ଗରମ ପାଣି ବାହାରିଥାଏ । ଏହା ମଧ୍ୟ କୁଣ୍ଡର ଏକ ରହସ୍ୟ । ଏହି କୁଣ୍ଡରେ ଗାଧୋଇବା ଫଳରେ ଚର୍ମ ରୋଗ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି । ଭୂ –ବିଜ୍ଞାନୀଙ୍କ କହିବା ଅନୁସାରେ ଯଦି ଏହି କୁଣ୍ଡରେ ଗାଧୋଇବା ଦ୍ୱାରା ଚର୍ମ ରୋଗ ଦୂର ହେଉଛି ତେବେ କୁଣ୍ଡର ପାଣିରେ ଗନ୍ଧକ ଏବଂ ହିଲିଅମ ଗ୍ୟାସ ମିଶି ରହିଛି ।

ଏହି ସ୍ଥାନରେ ପ୍ରତିବର୍ଷ ମକର ସଂକ୍ରାନ୍ତିରେ ମେଳା ହୋଇଥାଏ । ଦୂର ଦୂରାନ୍ତରରୁ ଲୋକେ ଏଠାକୁ ଗଧୋଇବା ପାଇଁ ଆସିଥାନ୍ତି । ଏହି କୁଣ୍ଡ ନିକଟରେ ଦଲାହୀ ଗୋସାଇଁ ନାମକ ଦେବତାଙ୍କ ମନ୍ଦିର ରହିଛି । ଏଠାକୁ ପ୍ର୍ରତ୍ୟେକ ରବିବାର ଲୋକେ ପୂଜା କରିବା ପାଇଁ ଆସିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More