Only for Entertainment

ଅତ୍ୟଧିକ ଚୁଟି ଝଡିବାରୁ ଆତ୍ମହତ୍ୟା କଲେ ବିବିଏ ଛାତ୍ରୀ !

The Hello Doctor Medical Blog
0 37

ଅଳ୍ପ ବହୁତ ଚୁଟି ତ ସମସ୍ତଙ୍କର ଝଡିଥାଏ । କିନ୍ତୁ ଚୁଟି ଝଡିବାରୁ ଜଣେ ଯେ ଆତ୍ମହ୍ୟାତର ନିଷ୍ପତି ନେବ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିବ । ହେୟାର ଷ୍ଟାଇଲ ଚେଞ୍ଜ କରିବା ପରେ ଚୁଟି ଝଡିବା ସମସ୍ୟା ବନ୍ଦ ନହେବାରୁ ଏଥିରେ ଦୁଃଖିତ ହୋଇ ମହିଶୂରର ଜଣେ ବିବିଏ ଛାତ୍ରୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ପୁଲିସର କହିବା ଅନୁସାରେ ଏହି ଛାତ୍ରୀ ଜଣଙ୍କ କିଛିଦିନ ତଳେ ଏକ ସ୍ଥାନୀୟ ପାର୍ଲରରେ ହେୟାର ଟ୍ରିଟମେଣ୍ଟ କରି ଚୁଟିକୁ ସିଧା କରିଥିଲେ । ଏହାପରେ ନିୟମିତ ତାଙ୍କ ଚୁଟି ଝଡୁଥିଲା । ଏହାକୁ ନେଇ ସେ ମାନସିକ ଅସ୍ଥିରତାରେ ଗତି କରୁଥିଲେ ।

girl-suicide-hair-straightening-treatment

ବାପା-ମାଆଙ୍କ ଗୋଟିଏ ସନ୍ତାନ ନେହା ଗଙ୍ଗମାଙ୍କ ମନରେ ଭୟ ଥିଲା ଯେ, ଯେପରି ଚୁଟି ଝଡୁଛି ତାହା ଜାରି ରହିଲେ ସେ ଗୋଟିଏ ଦିନ ଲଣ୍ଡା ହୋଇଯିବେ । ପତଳା ଚୁଟି କାରଣରୁ ନେହା ନିୟମିତ କଲେଜ ମଧ୍ୟ ଯାଉନଥିଲେ । ହେୟାର ଟ୍ରିଟମେଣ୍ଟ କରିବା ପରେ ତାଙ୍କର ଆଲର୍ଜି ମଧ୍ୟ ବାହାରି ଥିଲା । ଏହିସବୁ ଘଟଣାକୁ ନେଇ ଚିନ୍ତାରେ ରହୁଥିଲେ ନେହା ।

ମହିଶୂର ସ୍ଥିତ ପେଇଂ ଗେଷ୍ଟରୁ ଅଗଷ୍ଟ ୨୮ ରୁ ନେହା ନିଖୋଜ ଥିଲେ । ଏସମ୍ପର୍କରେ ତାଙ୍କ ଅଭିଭାବକଙ୍କୁ ଖବର ଦିଆଯାଇଥିଲା ଏବଂ ପୁଲିସରେ ରିପୋର୍ଟ ମଧ୍ୟ କରାଯାଇଥିଲା । ପରେ ଅର୍ଥାତ ସେପ୍ଟେମ୍ବର ୧ ତାରିଖରେ ସ୍ଥାନୀୟ ଏକ ନଦୀରୁ ମିଳିଥିଲା ନେହାଙ୍କ ଶବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More