Only for Entertainment

କରିଶ୍ମାଙ୍କ ହାତରେ ଲାଗିଲା ଜ୍ୟାକପଟ, ରଣବୀର କପୁରଙ୍କ ପରେ ରଣବୀର ସିଂଙ୍କ ସହିତ ଆସିବେ ନଜର ।

Aaj tak
0 36

ଟିଭି ଶୋ’ ‘ନାଗିନ’ରେ ନଜର ଆସୁଥିବା କରିଶ୍ମା ତନ୍ନା ନିକଟରେ ରିଲିଜ ହୋଇଥିବା ସଂଜୁ ଫିଲ୍ମରେ ନଜର ଆସିଥିଲେ । ଫିଲ୍ମରେ କରିଶ୍ମାଙ୍କର ଛୋଟ ରୋଲ ଥିଲା ସତ କିନ୍ତୁ ସେ ନିଜ ଛାପ ଛାଡିବାରେ ସକ୍ଷମ ହୋଇଛନ୍ତି । ଏହି ଫିଲ୍ମ ପରେ ଏବେ ସେ ଆଉ ଜମେ ସୁପରଷ୍ଟାରଙ୍କ ସହିତ କାମ କରିବାକୁ ଯାଉଛନ୍ତି । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବଲିଉଡର ସିମ୍ବା ଅର୍ଥାତ ରଣବୀର ସିଂ ।

ରିପୋର୍ଟ ଅନୁସାରେ ରଣବୀର ସିଂଙ୍କ ସହିତ କରିଶ୍ମା ତନ୍ନା ଏକ ଆଡ ସୁଟରେ ନଜର ଆସିବେ । ରଣବୀର ସିଂଙ୍କୁ ଖୁବ ଶୀଘ୍ର ‘ଚିଙ୍ଗସ ଚାଇନିଜ’ର ନୂଆ ଆଡ ସୁଟରେ ଦେଖିବାକୁ ମିଳିବ । କହିରଖୁଛୁ ଯେ ରଣବୀର ସିଂ ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର । ଏବେ ଏହାର ନୂଆ ଆଡରେ ସେ କରିଶ୍ମା ତନ୍ନାଙ୍କ ସହିତ ନଜର ଆସିବେ । ଏହା ବିଷୟରେ କରିଶ୍ମା ନିଜେ ଫଟୋ ସେୟାର କରି ସୂଚନା ଦେଇଥିଲେ । କିନ୍ତୁ ପରେ ଏହି ଫଟୋକୁ ସେ ଡିଲିଟ କରିଦେଇଥିଲେ ।

କହିରଖୁଛୁ ଯେ ନିକଟରେ ସଂଜୁ ଫିଲ୍ମର ଏକ ଗୀତ ରିଲିଜ କରାଯାଇଛି । ଗୀତରେ ରଣବୀର କପୁର, ଭିକି କୌଶଲ ଏବଂ କରିଶ୍ମା ତନ୍ନା ନଜର ଆସିଛନ୍ତି । ଏହି ଗୀତକୁ ୟୁଟ୍ୟୁବରେ ଏକ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More