ମୁସଲିମ ଅଭିନେତା ହେବାରୁ ମିଳି ନଥିଲା ଘର, କାରରେ ବିତାଇଥିଲେ ଅନେକ ରାତି
ପପୁଲାର ଟିଭି ସିରିୟଲ ନାମକରଣ ଅଭିନେତା ଜୈନ ଇମାନ ଅଭିନେତା ବରୁଣ ସୋବତୀଙ୍କ ସହିତ ଖୁବ ଶୀଘ୍ର ରାଜିବ ଖଣ୍ଡେଲୱାଲଙ୍କ ଚାଟ ଶୋ’ ଜଜବାତରେ ନଜର ଆସିବେ । ଏହାର ସୁଟିଂ ନିକଟରେ ଶେଷ ହୋଇଛି । ଶୋ’ରେ ସ୍ପେଶାଲ ଗେଷ୍ଟ ଭାବେ ଆସିଥିବା ଜୈନ ଇଣ୍ଡଷ୍ଟ୍ରୀରେ ତାଙ୍କର କଠିନ ସମୟ କଥା ସେୟାର କରିଥିଲେ ।
ଚାଟ ଶୋ’ରେ ନାମକରଣର ଏହି ଅଭିନେତା କହିଥିଲେ କିପରି ଘର ନଥିବା ସମୟରେ କାରରେ ଅନେକ ରାତି ବିତାଇଛନ୍ତି । ଏହା ସହିତ ଇଣ୍ଡଷ୍ଟ୍ରୀରେ ତାଙ୍କର ଆରମ୍ଭ କିପରି ହୋଇଥିଲା ପ୍ରଶ୍ନରେ ସେ କହିଥିଲେ ଇଣ୍ଡଷ୍ଟ୍ରୀରେ ନାଁ କରିବା ତାଙ୍କ ପାଇଁ ସହଜ ନଥିଲା ।
ଜୈନ କହିଛନ୍ତି ଯେେତେବେଳେ ସେ ଇଣ୍ଡଷ୍ଟ୍ରୀରେ କାମ ଖୋଜୁଥିଲେ ଏବଂ ଅଡିସନ ଦେଉଥିଲେ ସେହି ସମୟରେ ଘର ମାଲିକ ତାଙ୍କୁ ଘରୁ ବାହାର କରିଦେଇଥିଲେ । ଏହା ପରେ ସେ ଅନେକ ସମୟ ଧରି ଘର ଖୋଜୁଥିଲେ । କିନ୍ତୁ କେହି ଘରଭଡା ଦେବାକୁ ରାଜି ନଥିଲେ । ଏହା ପଛର କାରଣ ତାଙ୍କ ଧର୍ମ ଏବଂ ଅଭିନେତା ବୋଲି ସେ କହିଛନ୍ତି ।
ଚାଟ ଶୋ’ର ହ୍ୟାଣ୍ଡସମ ଅଭିନେତା ବରୁଣ ସୋବତୀ ମଧ୍ୟ ନିଜର ଅନୁଭୂତିକୁ ସେୟାର କରିଥିଲେ । ଜଜବାତର ଏହି ଏପିସୋଡ ୨୭ ମଇକୁ ଅନ ଏୟାର ହେବ ।