Only for Entertainment

ନବରାତ୍ରି ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଟେଷ୍ଟି ଆଳୁ ହାଲୁଆ

51

ଅନେକ ଲୋକ ନବରାତ୍ରୀ ରେ ବ୍ରତ ରଖିଥାନ୍ତି । ଯଦି ଆପଣ ମଧ୍ୟ ବ୍ରତ କରିଛନ୍ତି ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏକ ସ୍ୱାଦିଷ୍ଟ ରେସିପି ବତାଇବୁ । ଏହା ଖୁବ ସ୍ୱାଦିଷ୍ଟ ହେବା ସହ ସହଜ ମଧ୍ୟ ହୋଇଥାଏ । ଆସନ୍ତୁ ଜାଣିବା ଏହି ଆଳୁ ହାଲୁଆ ପ୍ରସ୍ତୁତି ପ୍ରଣାଳୀ ।

ସାମଗ୍ରୀ

ଘିଅ- ୧୦୦ଗ୍ରାମ

ସିଝା ଆଳୁ- ୫୦୦ଗ୍ରାମ

ଚିନି- ୧୪୦ଗ୍ରାମ

ଗୁଜୁରାତି ପାଉଡର- ୧ ୧/୨ କପ

ବାଦାମ- ୧୫ଗ୍ରାମ

କାଜୁ-୧୫ଗ୍ରାମ

ବାଦାମ- ସଜାଇବା ପାଇଁ

ପ୍ରସ୍ତୁତି ପ୍ରଣାଳୀ:

ଆଳୁ ହାଲୁଆ ପ୍ରସ୍ତୁତି କରିବା ଲାଗି ପ୍ରଥମେ କଢେଇ ବସାନ୍ତୁ । ଏଥିରେ ୫୦୦ଗ୍ରାମ ସିଝା ଆଳୁକୁ ଭଲ ଭାବେ ଚକଟି କଢାଇ ରେ ନାଲି ହେବା ଯାଏ ଫ୍ରାଇ କରନ୍ତୁ ।

ଏବେ ଏଥିରେ ୨୦୦ମିଲି ଲିଟର କ୍ଷୀର, ୧୪୦ ଗ୍ରାମ ଚିନି, ଅଧା ଚାମଚ ଗୁଜୁରାତି ପାଉଡର ପକାଇ ଭଲ ଭାବେ ଗୋଳାନ୍ତୁ ।

ହାଲୁଆକୁ ୫ରୁ ୭ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗୋଳାନ୍ତୁ, ଯେପରି ଚିନି ଭଲ ଭାବେ ମିଶିଯିବ । ଏବେ ଏଥିରେ ବାଦାମ ଏବଂ କାଜୁ ପକାଇ ୩ରୁ ୫ମିନିଟ ପର୍ଯ୍ୟନ୍ତ ଗୋଳାନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଆଳୁ ହାଲୁଆ । ଏବେ ଏହାକୁ ସଜାଇ ପରସନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More