Only for Entertainment

କାହାଣୀରେ ଟ୍ୱିଷ୍ଟ! ‘ନଚ ବଲିୟେ’ରେ ନଜର ଆସିବେ ଟିଭିର ପପୁଲାର ଯୋଡ଼ି ପ୍ରେରଣା-ଅନୁରାଗ?

pinkvilla
41

କସୌଟି ଜିନ୍ଦେଗୀ କେ’ ଧାରାବାହିକ ଟିଭିର ଏକ ଲୋକପ୍ରିୟ ଶୋ । ବାଲାଜୀ ଟେଲି ଫିଲ୍ମସର ଏକତା କପୂରଙ୍କ ଦ୍ୱାରା ନିର୍ମିତ ଏହି ରୋମାଂଟିକ ଶୋ ୨୫ ସେପ୍ଟେମ୍ବର ୨୦୧୮ରେ ଆରମ୍ଭ ହେଲା ଏବଂ କିଛି ସପ୍ତାହ ମଧ୍ୟରେ ଟିଆରପିରେ ପ୍ରଥମ ସ୍ଥାନ ହାସଲ କଲା । ଶୋ’ରେ ଏରିକା ଫର୍ଣ୍ଣାଡିଜ ପ୍ରେରଣା ଚରିତ୍ରରେ, ପାର୍ଥ ସମଥାନ ଅନୁରାଗ ଚରିତ୍ରରେ ଏବଂ କରଣ ସିଂ ଗ୍ରୋଭର ମିଷ୍ଟର ବଜାଜ ଚରିତ୍ରରେ ଦର୍ଶକଙ୍କ ମନୋରଂଜନ କରୁଛନ୍ତି । ପ୍ରତିଦିନ ଶୋ’ରେ କିଛି ନା କିଛି ଟ୍ୱିଷ୍ଟ ନଜର ଆସୁଛି । କିନ୍ତୁ ଏଥର ଆସିବ କାହାଣୀରେ ଟ୍ୱିଷ୍ଟ ।

ଆଜ୍ଞା ହଁ ପାର୍ଥ ସମଥାନ ଏବଂ ଏରିକା ଫର୍ଣ୍ଣାଡିଜ ଭାରତୀୟ ଟେଲିଭିଜନର ଏକ ଆଡୋରେବଲ କପଲ । ତାଙ୍କର ଅନସ୍କ୍ରିନ କେମେଷ୍ଟ୍ରି ଏତେ ଆକର୍ଷଣୀୟ ଯାହା କପଲ ମାନଙ୍କ ମଧ୍ୟରେ ରୋମାଂଟିକ ଭାବନା ସୃଷ୍ଟି କରିବାକୁ ବାଧ୍ୟ କରେ । ବର୍ତ୍ତମାନର ଖବର ଅନୁସାରେ ଏହି କପଲ ଖୁବଶୀଘ୍ର ସଲମାନଙ୍କ ରିଆଲିଟି ଶୋ ନଚ ବଲିୟେ ୯’ର ଏକ ଏପିସୋଡ ପାଇଁ ସୁଟିଂ କରିବେ । ତେବେ ଟେଲି ଚକ୍କରର ରିପୋର୍ଟ ଅନୁସାରେ ଏହି ଏପିସୋଡରେ ଥିମ’ର ନାମ ହେବ ‘କାହାଣୀ ମେ ଟ୍ୱିଷ୍ଟ’

ନଚ ବଲିୟେ ୯’ ଏହି ବର୍ଷର ଏକ ବହୁ ପ୍ରତିକ୍ଷୀତ ରିଆଲିଟି ଶୋ ଥିଲା । ଯାହାର ପ୍ରଯୋଜକ ହେଉଛନ୍ତି ସୁପରଷ୍ଟାର ସଲମାନ ଖାନ । ଏହାର ହୋଷ୍ଟ ହେଉଛନ୍ତି ମନୀଷ ପଲ ଏବଂ ୱାଲୁଶ୍ଚା ଡି ସୌସା । ଯାହା ୧୯ ଜୁଲାଇରେ ପ୍ରିମିୟର ହେଲା । ଶୋ’ର ବିଚାରକ ହେଉଛନ୍ତି ରବୀନା ଟଣ୍ଡନ ଏବଂ ଅହମଦ ଖାନ । ଆଉ ଏକ ଖାସ କଥା ହେଉଛି ଏଥିରେ ଏକ୍ସ କପଲ ମଧ୍ୟ ନଜର ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More