Only for Entertainment

ସାମ୍ନାକୁ ଆସିଲା ‘ନଚ ବଲିୟେ’ର ଖାସ ଏପିସୋଡ’କାହାଣୀ ମେଁ ଟ୍ୱିଷ୍ଟ’ରେ ପ୍ରେରଣା-ଅନୁରାଗଙ୍କ ରୋମାଂଟିକ ଡ୍ୟାନ୍ସ ଭିଡ଼ିଓ

aajtak
29

ନଚ ବଲିୟେ ସିଜନ ୯ ଏପିସୋଡ ଆରମ୍ଭ ହେବାମାତ୍ରେ ଦର୍ଶକଙ୍କ ହୃଦୟ ଜିତି ସାରିଛି । ଶୋ ଟିଆରପି ରେଟିଂରେ ମଧ୍ୟ ଟପ୍ ରେ ରହିଛି । ଏବେ ଶୋ’ରେ ଯୋଡ଼ି ନମ୍ବର ୧୩ର ପ୍ରବେଶ ହେବାକୁ ଯାଉଛି । ଶୋ’ର ନୂଆ ପ୍ରମୋ ସାମ୍ନାକୁ ଆସିଛି । ସିରିଅଲରେ ଯୋଡ଼ି ନମ୍ବର ୧୩ ଭାବରେ ନଜର ଆସିବେ ଅନୁରାଗ ଏବଂ ପ୍ରେରଣା, ଅର୍ଥାତ ପାର୍ଥ ସମଥାନ ଏବଂ ଏରିକା ଫର୍ଣ୍ଣାଡିଜ ।

 


ଭିଡ଼ିଓରେ ଦୁଇଜଣଙ୍କୁ ‘ତେରେ ନାମ ତୁ’ ଗୀତରେ ଡ୍ରାନ୍ସ କରୁଥିବାର ନଜର ଆସିଛି । ଦୁଇଜଣଙ୍କ କେମେଷ୍ଟ୍ରି ଖୁବ ସାନଦାର ହୋଇଛି । କିନ୍ତୁ ଏଥିରେ ରହିଛି ଟ୍ୱିଷ୍ଟ । ଦୁଇଜଣଙ୍କୁ ପାର୍ଥ ଏବଂ ଏରିକା ଭାବରେ ଦେଖା ଯାଇନାହିଁ ବରଂ କସୌଟିର ପ୍ରେରଣା ଏବଂ ଅନୁରାଗଙ୍କୁ ଦେଖାଯାଇଛି । ଅବଶ୍ୟ ଦୁଇଜଣଙ୍କୁ ଏଭଳି ଏକ ପ୍ଲାଟଫର୍ମରେ ଏକା ସାଙ୍ଗରେ ଦେଖିବା ଫ୍ୟାନ୍ସଙ୍କ ପାଇଁ କୌଣସି ଉପହାର ଠାରୁ କମ ନୁହେଁ । ସବୁଠାରୁ ଖାସ କଥା ହେଉଛି ଏମାନଙ୍କ ମଧ୍ୟରେ ହଠାତ ପ୍ରବେଶ କରିବେ ପୂର୍ବ କୋମୋଲିକା, ଅର୍ଥାତ ଉର୍ବସୀ ଢୋଲକିୟା । ତେବେ ଏହି ଏପିସୋଡ ଦେଖିବା ନିହାତି ଭାବରେ ମଜାଦାର ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More