Only for Entertainment

ନଡିଆ ବରା ତରକାରୀ ପ୍ରସ୍ତୁତି ପ୍ରଣାଳୀ

you tube
79

ସାମଗ୍ରୀ:

ନଡିଆ, ଚାଉଳ ଚୁନା, ଆଳୁ, ପିଆଜ, ଟମାଟୋ, ଅଦା, ରସୁଣ, ଜୀରା, ଲଙ୍କା ଗୁଣ୍ଡ, ହଳଦୀ, ପଞ୍ଚୁ ଫୁଟଣ, ଗରମ ମସଲା, ତେଲ ଓ ଆବଶକୀୟ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ନଡିଆ ବରା ତିଆରି କରିବା ପାଇଁ ପ୍ରଥମେ ନଡିଆକୁ ଛୋଟ ଖଣ୍ଡ କରି କାଟି ଗ୍ରାଇଣ୍ଡରେ ବାଟି ଦିଅନ୍ତୁ। ପରେ ସେଥିରେ ଚାଉଳ ବା ଚାଉଳ ଚୁନା, ଜୀରା, ଲଙ୍କା ଗୁଣ୍ଡ ଓ ଗରମ ମସଲା ଦେଇ ଭଲ ଭାବରେ ବାଟି ଦିଅନ୍ତୁ । ଏକ ତାୱା ଗରମ କରି ତେଲ ପକାଇ ସେଥିରେ ମିଶ୍ରଣଙ୍କୁ ଛୋଟ ଛୋଟ ବରା ବା ବଡି ଆକରରେ ଭାଜି ଏକ ପ୍ଲେଟକୁ କାଢି ଆଣନ୍ତୁ ।

ଏବେ ତରକାରୀ ପାଇଁ ମସଲା ପ୍ରସ୍ତୁତ କରନ୍ତୁ । ଅଦା, ରସୁଣ, ଜିରା, ପିଆଜ, ଓ ଟମାଟୋକୁ ଗ୍ରାଇଣ୍ଡରରେ ବାଟି ଦିଅନ୍ତୁ । ଏବେ ଗ୍ୟାସରେ ଅନ୍ୟ ଏକ କଡେଇ ଗରମ କରି ସେଥିରେ ତେଲ ପକାନ୍ତୁ । ତେଲ ଗରମ ହୋଇଗଲେ ପଞ୍ଚୁ ଫୁଟଣ, ହଳଦୀ ଗୁଣ୍ଡ ଓ କଟା ପିଆଜ ପକାଇ ଭାଜନ୍ତୁ । ଏବେ ସେଥିରେ କଟା ଆଳୁ ଓ ଲୁଣ ପକାଇ ଭାଜନ୍ତୁ । ଆଳୁ ଲାଲ୍ ହୋଇଗଲେ ସେଥିରେ ବଟା ମସଲା ଓ ଲଙ୍କା ଗୁଣ୍ଡ ପକାଇ କଷନ୍ତୁ । ଭଲକି କଷା ହୋଇଗଲେ ଝୋଳ ପାଇଁ ସେଥିରେ ପାଣି ଓ ଅଳ୍ପ ଲୁଣ ଦେଇ ଘୋଡାଇ ଦିଅନ୍ତୁ । ପାଣି ଫୁଟି ଆସିଲେ ସେଥିରେ ପ୍ରସ୍ତୁତ ଥିବା ନଡିଆ ବରା ପକାଇ ଘୋଡାଇ ଦିଅନ୍ତୁ ।

ଗ୍ୟାସର ଆଞ୍ଚ ମଧ୍ୟମ କରି ୫ ମିନିଟ୍ ଛାଡି ଦିଅନ୍ତୁ । ୫ ମିନିଟ୍ ପରେ ଗରମ ମସଲା ଗୁଣ୍ଡ ଓ ଧନିଆ ପତ୍ର ପକାଇ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ । ଗରମ ଭାତ ସହ ନଡିଆ ବରା ତରକାରୀର ମଜା ନିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More