Only for Entertainment

ନାଗାଲ୍ୟାଣ୍ଡ ପୁଲିସ ବଲିଉଡ ସଙ୍ଗରେ କଲେ ପ୍ୟାରେଡ, ଭାଇରାଲ ହେଲା ଭିଡିଓ !

44

ସୋସିଆଲ ମିଡିଆରେ କିଛି ନିଆରା ଭିଡିଓ ଆସିଲେ ତାହା ଭାଇରାଲ ହେବା ସ୍ୱାଭାବିକ । ଏହି ଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଅନେକ ଲୋକ ଟ୍ୱିଟରରେ ଶେୟାର କରିବାକୁ ଲାଗିଛନ୍ତି । ଅବସରପ୍ରାପ୍ତ ମେଜର ଗୌରବ ଆର୍ଯ୍ୟା ମଧ୍ୟ ଏହାକୁ ଶେୟାର କରିଛନ୍ତି । ଏଥିରେ ନାଗାଲ୍ୟାଣ୍ଡ ପୁଲିସ ଜବାନ ‘ଢଲ ଗୟା ଦିନ, ହୋ ଗଇ ଶାମ’ ଧୁନରେ ପ୍ୟାରେଡ କରୁଥିବାର ନଜର ଆସିଛନ୍ତି । ଏହା ଜିତେନ୍ଦ୍ରଙ୍କ ଫିଲ୍ମ ‘ହମଜୋଲି’ର ଗୀତ ଅଟେ । ଏହି ଗୀତ ଖୁବ ପ୍ରସିଦ୍ଧ ମଧ୍ୟ ଅଟେ । ଏହି ଫିଲ୍ମ ୧୯୭୦ରେ ରିଲିଜ ହୋଇଥିଲା ।

ଭିଡିଓ ଲୋକଙ୍କୁ ପସନ୍ଦ ତ ଆସିଛି , ଏପରିକି କେନ୍ଦ୍ରୀୟମନ୍ତ୍ରୀ କିରଣ ରିଜଜୁ ମଧ୍ୟ ଏହାକୁ ଶେୟାର କରିଛନ୍ତି । ସେ କହିଛନ୍ତି ଏହି ଭିଡିଓ ନାଗାଲ୍ୟାଣ୍ଡ ପୁଲିସଙ୍କର ଅଟେ । ଏଭଳି ପ୍ୟାରେଡ କରିବା ପ୍ରକ୍ରିୟା ଲୋକଙ୍କୁ ଖୁବ ପସନ୍ଦ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More