Only for Entertainment

୧୫ ବର୍ଷ ପରେ ବଲିଉଡକୁ ଫେରିବେ ସାଉଥ ସୁପରଷ୍ଟାର ନାଗାର୍ଜୁନ ।

DNA India
0 126

ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ସୁପରଷ୍ଟାର ନାଗାର୍ଜୁନ ୧୫ ବର୍ଷ ପରେ ବଲିଉଡକୁ ଫେରୁଛନ୍ତି । ଆଜ୍ଞା ହଁ ଆପଣ ଠିକ ଶୁଣିଲେ । ବଲିଉଡ ନିର୍ଦ୍ଦେଶକ ଆୟାନ ମୁଖର୍ଜୀଙ୍କ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନାଗାର୍ଜୁନ ନଜର ଆସିବେ । ଖବର ଅନୁସାରେ ଫିଲ୍ମରେ ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ ।

ଏହା ପୂର୍ବରୁ ସାଉଥର ଏହି ସୁପରଷ୍ଟାର ୨୦୦୩ରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ଏଲଓସି କାରଗିଲ’ରେ ଶେଷ ଥର ପାଇଁ ନଜର ଆସିଥିଲେ । ଏହାପର ଠାରୁ ସେ କୌଣସି ହିନ୍ଦୀ ଫିଲ୍ମରେ ନଜର ଆସିନାହାଁନ୍ତି । ଏବେ ୧୫ ବର୍ଷ ପରେ ତାଙ୍କ ଅଭିନୟ ଯାଦୁ ପୁଣିଥରେ ବଲିଉଡ ଫିଲ୍ମରେ ଦେଖିବାକୁ ମିଳିବ ।

କହିରଖୁଛୁ ଯେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁର, ଅଲିଆ ଭଟ୍ଟ ଏବଂ ବିଗ ବି ଅମିତାଭ ବଚ୍ଚନଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ଟିଭି ଅଭିନେତ୍ରୀ ମୌନୀ ରୟ ମଧ୍ୟ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏବେ ସାଉଥ ଷ୍ଟାର ନାଗାର୍ଜୁନଙ୍କ ଏଣ୍ଟ୍ରି ଦର୍ଶକଙ୍କ ମନରେ ଫିଲ୍ମକୁ ନେଇ ଆହୁରକି ଉତ୍ସାହ ବଢାଇଦେଇଛି । ଫିଲ୍ମ ଆଗାମୀ ବର୍ଷ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More