Only for Entertainment

ବର୍ଷରେ କେବଳ ଥରେ ହୋଇଥାଏ ପାଖାପାଖି ୧୦୦୦ବର୍ଷ ପୂରୁଣା ନାଗ ଚନ୍ଦ୍ରେଶ୍ୱର ପ୍ରତିମାର ଦର୍ଶନ !

69

୫ଅଗଷ୍ଟରେ ଶ୍ରାବଣ ମାସର ଶୁକ୍ଳ ପକ୍ଷ ପଂଚମୀ ତିଥୀ ଅଟେ । ଏହି ଦିନରେ ନାଗ ପଂଚମୀ ପାଳନ କରାଯାଇଥାଏ ଏବଂ ଭକ୍ତ ମାନେ ନାଗ ଦେବତା ବିଶେଷ ଭାବେ ପୂଜା କରନ୍ତି । ବର୍ଷରେ କେବଳ ଥରେ ନାଗ ପଂଚମୀରେ ଉଜ୍ଜୟିନୀ ର ମହାକାଳେଶ୍ୱର ଜ୍ୟୋର୍ତିଲିଙ୍ଗ ମନ୍ଦିର ସ୍ଥିତ ନାଗ ଚନ୍ଦ୍ରେଶ୍ୱର ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯାଏ । ନାଗ ଚନ୍ଦ୍ରେଶ୍ୱର ମନ୍ଦିର ଦ୍ୱାରା ୪ଅଗଷ୍ଟ ରାତି ୧୨ଟାରେ ଖୋଲି ୫ଅଗଷ୍ଟ ରାତି ୧୨ରେ ବନ୍ଦ ହୋଇଥାଏ । ୫ଅଗଷ୍ଟ ଶ୍ରାବଣ ମାସ ସୋମବାର ଏହି ମହାକାଳଙ୍କ ତୃତୀୟ ସବାରୀ ବାହାରିଥାଏ । ଏହିକାରଣରୁ ଉଜ୍ଜୟିନୀରେ ବଡ ସଂଖ୍ୟାରେ ପ୍ରଭୁ ଶିବଙ୍କ ଭକ୍ତ ପହଂଚିବେ । ଜାଣନ୍ତୁ ନାଗ ଚନ୍ଦ୍ରେଶ୍ୱରଙ୍କ ପୂରୁଣା ମନ୍ଦିର ସହ ଜଡିତ କିଛି ଖାସ କଥା….

ନାଗ ଚନ୍ଦ୍ରେଶ୍ୱର ମନ୍ଦିରରେ ଭକ୍ତ ୧୧ତମ ଶତାଦ୍ଧୀର ଅଦ୍ଭୁତ ପ୍ରତିମା ଦର୍ଶନ କରିବେ । ଏହି ପ୍ରତିମାରେ ଫଣା ଟେକିଥିବା ନାଗଙ୍କ ଆସନରେ ଶିବ ପାର୍ବତୀ ବିରାଜମାନ ହୋଇଥାଆନ୍ତି । ମାନ୍ୟତା ରହିଛି ଯେ ଏହି ପ୍ରତିମା ନେପାଳରୁ ଅଣା ଯାଇଥିଲା । ଉଜ୍ଜୟିନୀ ବ୍ୟତୀତ ସାରା ଦୁନିଆରେ ବି ଏଭଳି ପ୍ରତିମା ନାହିଁ ।

ଏହି ମନ୍ଦିର ୨୪ଘଂଟା ଖୋଲା ହେବା ପରେ ରାତି ୧୨.୩୦ରେ ପୁଣି ଥରେ ବର୍ଷକ ପାଇଁ ବନ୍ଦ ହୋଇଯାଇଥାଏ । ଗେଟ ବନ୍ଦ ହେବା ପୂର୍ବରୁ ତ୍ରିକାଳ ପୂଜା କ୍ରମରେ ରାତି ୮ଟାରେ ମହାକାଳ ମନ୍ଦିର ତରଫରୁ ପରମ୍ପରାଗତ ପୂଜା କରାଯାଇଥାଏ ।

ଯିବେ କିପରି?
ଯଦି ଆପଣ ବିମାନରେ ଯାତ୍ରା କରିବେ ତେବେ ଆପଣଙ୍କୁ ଉଜ୍ଜୟିନୀର ପାଖ ଏୟାରପୋର୍ଟ ଇନ୍ଦୋର ପହଂଚିବେ ଏବଂ ସେଠାରୁ ରାସ୍ତାରେ କିମ୍ବା ଟ୍ରେନରେ ଉଜ୍ଜୟିନୀରେ ପହଂଚି ପାରିବେ । ସେହି ସ୍ଥାନରୁ ଉଜ୍ଜୟିନୀ ପାଖାପାଖି ୫୫କିମି ଦୂରରେ ଅବସ୍ଥିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More