Only for Entertainment

ବିଏସଏଫ ଜୱାନଙ୍କ ପାଇଁ ଆସ୍ଥାର କେନ୍ଦ୍ର ହେଉଛି ଏଠାରେ ଥିବା ମା’ଙ୍କ ମନ୍ଦିର ।

Temple Travel
0 29

ନାଡ଼େଶ୍ୱରୀ ମାତାଙ୍କ ମନ୍ଦିର ଗୁଜୁରାଟର ବନାସକାଂଠା ସୀମା ନିକଟରେ ଅବସ୍ଥିତ । ଏହି ମନ୍ଦିର ସାଧାରଣ ଲୋକଙ୍କ ସହିତ ସୀମା ସୁରକ୍ଷା ବଳର ସୈନିକଙ୍କ ପାଇଁ ଆସ୍ଥା ଏବଂ ଶ୍ରଦ୍ଧାର ଏକ ବିରାଟ ଧର୍ମସ୍ଥଳ ପାଲଟିଛି । ଏହି ସ୍ଥାନରେ ଯେବେ ମଧ୍ୟ କୌଣସି ସୈନିକର ଡ୍ୟୁଟି ପଡ଼ିଥାଏ ସେ ମା’ଙ୍କୁ ପ୍ରଣାମ କରି ଯାଆନ୍ତି । ବିଶ୍ୱାସ ରହିଛି ନିଜେ ମା ନାଡ଼େଶ୍ୱରୀ ଏଠାରେ ସୈନିକଙ୍କ ଜୀବନ ବଂଚାଇଥାନ୍ତି ।

ବାସ୍ତବରେ ପୂର୍ବରୁ ଏଠାରେ କୌଣସି ମନ୍ଦିର ନଥିଲା । ମା’ଙ୍କର ଏକ ଛୋଟ ସ୍ଥାନ ଥିଲା । ୧୯୭୧ରେ ଯୁଦ୍ଧ ପରେ ସେହି ସମୟରେ କମାଣ୍ଡେଟ ସେହି ମନ୍ଦିରକୁ ନିର୍ମାଣ କରିଥିଲେ । ଏହି ମନ୍ଦିରର ଖାସ କଥା ହେଉିଛିଯେ ଏଠାରେ ପୂଜକ ଭାବରେ ଜଣେ ବିଏସଏଫ ଜୱାନ ଡ୍ୟୁଟି କରୁଛନ୍ତି ।

ବନାସକାଂଠାର ସୁଇ ଗାଁ,ଯାହା ଭାରତ ପାକିସ୍ତାନ ସୀମାର ଶେଷ ଗାଁ,ସେଠାରେ ଏହି ମନ୍ଦିର ରହିିଛି । ଏଠାରୁ ପ୍ରାୟ ୨୦ କିମି ଦୂରରେ ପାକିସ୍ତାନର ସୀମା ଆରମ୍ଭ ହେଉଛି । ଏହି କ୍ଷେତ୍ର ବିଏସଏଫଙ୍କ ଆୟତ୍ତରେ ରହିଛି ।

ମନ୍ଦିର ନିର୍ମାଣର କାହାଣୀ ମଧ୍ୟ ଖୁବ କୌତୁହଳପୂର୍ଣ୍ଣ । କୁହାଯାଏ ୧୯୭୧ରେ ଯୁଦ୍ଧପରେ ଏକ ଦଳ ପାକିସ୍ତାନ ସୀମା ମଧ୍ୟକୁ ପ୍ରବେଶ କରି ଦେଇଥିଲେ ଏବଂ ଆସିବା ପାଇଁ ରାସ୍ତା ପାଇ ନଥିଲେ । ଶେଷରେ କମାଣ୍ଡେଟ ନିଜେ ମା ନାଡ଼େଶ୍ୱରୀଙ୍କୁ ପ୍ରାର୍ଥନା କରିଥିଲେ ଏବଂ କୁହାଯାଏଯେ ନିଜେ ମା ଆଲୋକ ଧରି ରାସ୍ତା ଦେଖାଇଥିଲେ ଏବଂ ସେମାନେ କ୍ୟାମ୍ପ ନିକଟରେ ପହଂଚିଥିଲେ । ଏହା ଦ୍ୱାରା କୌଣସି ସୈନିକଙ୍କୁ ଆଘାତ ମଧ୍ୟ ଆସିନଥିଲା ।

ଏହା ସହିତ କୁହାଯାଏଯେ ଯେପର୍ଯ୍ୟନ୍ତ ସେଠାରେ ମା ଅଛନ୍ତି ସେ ପର୍ଯ୍ୟନ୍ତ କୌଣସି ସୈନିକକୁ କେବେ ମଧ୍ୟ କ୍ଷତି ପହଂଚିବ ନାହିଁ । ୧୯୭୧ର ଯୁଦ୍ଧ ପରଠାରୁ ଏହି ସ୍ଥାନ ସୈନିକଙ୍କ ପାଇଁ ଆସ୍ଥାର କେନ୍ଦ୍ରସ୍ଥଳ ହୋଇଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More