Only for Entertainment

ଆପଣଙ୍କ ନଖ ଅର୍ଦ୍ଧ ଚନ୍ଦ୍ର ସଦୃଶ କି ? ତେବେ ଜାଣନ୍ତୁ ଏହାର ରହସ୍ୟ

youtube
0 154

ସମଗ୍ର ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଜ୍ୟୋତିଷ ତଥା ପଣ୍ଡିତ ମାନଙ୍କୁ ଖୁବ୍ ବିଶ୍ୱାସ କରନ୍ତି । ଆପଣମାନେ ସମସ୍ତେ ଜାଣିଥିବେ ଜ୍ୟୋତିଷମାନେ ଅନ୍ୟର ହାତ ରେଖା ଦେଖି ଭବିଷ୍ୟ ଗଣନା କରିଥାନ୍ତି । ମାତ୍ର ଯେଉଁ ଭଳି ଭାବରେ ହାତରେଖା ଦେଖି ଭବିଷ୍ୟତ ବିଷୟରେ ଜାଣିପାରିଥାଉ । ଠିକ୍ ସେହି ଭଳି ଭାବରେ ଆପଣ ଆଙ୍ଗୁଳି ଦେଖି ବ୍ୟକ୍ତିତ୍ୱ ଜାଣିପାରିବେ ।

ଆପଣମାନେ ଅନେକ ଥର ପଣ୍ଡିତଙ୍କୁ ହାତରେଖା ଦେଖାଇଥିବେ । କିନ୍ତୁ କେବେ ହାତ ନଖ ଦେଖାଇଛନ୍ତି କି ? ଯଦି ନା ତେବେ ଆପଣଙ୍କ ହାତ ନଖର ତଳ ଅଂଶକୁ ଖୁବ୍ ଧ୍ୟାନରେ ନଜର ପକାନ୍ତୁ । ଯଦି ସେହି ସ୍ଥାନରେ ଅର୍ଦ୍ଧ ଚନ୍ଦ୍ର ବିଶିଷ୍ଟ ଏକ ଚିହ୍ନ ରହିଛି ତେବେ ଜାଣନ୍ତୁ ଏହି ଚିହ୍ନର ରହସ୍ୟ ବିଷୟରେ ।

– ଯଦି ଆପଣଙ୍କ ତର୍ଜନି ଆଙ୍ଗୁଳିର ନଖ ଉପରେ ଅର୍ଦ୍ଧ ଚନ୍ଦ୍ର ଥାଏ । ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସଂକେତ । ଯେଉଁ ବ୍ୟକ୍ତିଙ୍କର ତର୍ଜନି ଆଙ୍ଗୁଳିରେ ଏହି ଚିହ୍ନ ଦୃଶ୍ୟମାନ ହୋଇଥାଏ । ସେମାନେ ଖୁବ୍ ଶୀଘ୍ର ସଫଳତା ହାସଲ କରିଥାନ୍ତି ।

– ହାତରେ ଥିବା ବଡ ଆଙ୍ଗୁଳି ବା ମଧ୍ୟମ ଆଙ୍ଗୁଳିରେ ଏହି ଚିହ୍ନ ଦେଖାଯାଇଥାଏ । ତେବେ ଏହି ବ୍ୟକ୍ତିତ୍ୱମାନେ ଯନ୍ତ୍ରପାତି ତଥା ଉଦ୍ଦ୍ୟୋଗ ସମ୍ବୋଦ୍ଧିତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More