Only for Entertainment

ତନୁଶ୍ରୀ ଦତ୍ତାଙ୍କ ମାମଲା ଠାରୁ ବଂଚିବାକୁ ଚାହୁଁଛନ୍ତି ନାନା ପାଟେକର,ରବ୍ଦ କଲେ ପ୍ରେସ କନଫରେନ୍ସ ।

Free Press Journal
33

ନାନା ପାଟେକର ଏବଂ ତନୁଶ୍ରୀ ଦତ୍ତାଙ୍କ ମାମଲା ଏବେ ଚହଳ ସୃଷ୍ଟି କରିଛି । କେବଳ ସେତିକି ନୁହେଁ ଅଳ୍ପ ସମୟ ବ୍ୟବଧାନରେ ନୂଆ ମୋଡ଼ ନେଉଛି ଏହି ଘଟଣା । ତନୁଶ୍ରୀଙ୍କ ପରେ ଜଣେ ଜଣେ ନାୟିକା ମଧ୍ୟ ଏହି ଟ୍ରେଣ୍ଡକୁ ଓହ୍ଲାଇଛନ୍ତି ଏବଂ କେହି ନା କେହି କାହାକୁ ନେଇ ଅଭିଯୋଗ ଏବଂ ପ୍ରତିବାଦ କରୁଥିବା ଦେଖିବାକୁ ମିଳୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏବେ ଯାହା ଦେଖିବାକୁ ମିଳିଛି ତାହା ଆପଣ ମଧ୍ୟ ଜାଣିବା ଉଚିତ ।

ନିକଟରେ ନାନା ପାଟେକର ଏହି ମାମଲାକୁ ନେଇ ଏକ ପ୍ରେସ କନଫରେନ୍ସ ରଖଥିଲେ । ଯେଉଁଥିରେ ସେ ସମସ୍ତ କଥାର ପର୍ଦ୍ଦାଫାଶ କରିବେ ବୋଲି କହିଥିଲେ । କିନ୍ତୁ ସେହିଭଳି କିଛି ମଧ୍ୟ ହେଲା ନାହିଁ ବରଂ ପ୍ରେସ କନଫରେନ୍ସକୁ ସେ ରବ୍ଦ କରି ଦେଇଛନ୍ତି । ଯାହା ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ କରୁଛି ନାନା ପାଟେକରଙ୍କ ଏଭଳି କାର୍ଯ୍ୟକଳାପ । ହୁତ କାହା କାହା ମନରେ ଏହାକୁ ନେଇ ନାନାଙ୍କ ପ୍ରତି ଭିନ୍ନ ସନ୍ଦେହ ମଧ୍ୟ ସୃଷ୍ଟି ହୋଇପାରେ । ତେବେ ଏପର୍ଯ୍ୟନ୍ତ ସତ୍ୟତା କ’ଣ ରହିଛଇ ତାହା ଲେଶକଲୋଚନକୁ ଆସିନାହିଁ । କାରଣ ନାନା ଗୋଟିଐ ପକ୍ଷେ ଏହାକୁ ମିଛ ବୋଲି କହୁଥିବା ବେଳେ ତନୁଶ୍ରୀ ଏହାକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ଲାଗି ପଡ଼ିଛନ୍ତି । ପିଙ୍କଭିଲାର ରିପୋର୍ଟ ଅନୁସାରେ ନାନା ବୋଧହୁଏ ଏହାକୁ ରବ୍ଦ କରି ଦେଇଛନ୍ତି । କାରଣ ତାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More