Only for Entertainment

ତନ୍ରୁଶ୍ରୀ ଏବଂ ନାନା ପାଟେକରଙ୍କ ମାମଲାରେ ଆସିଲା ଭିନ୍ନ ମୋଡ !

The News Minute
0 20

ତନୁଶ୍ରୀ ଏବଂ ନାନା ପାଟେକରଙ୍କ ମାମଲାକୁ ନେଇ ଏବେ ବଲିଉଡ ଇଣ୍ଡଷ୍ଟ୍ରିରେ ଚହଳ ପକାଇଛି । ନାନା ଏବେ ଜେସଲମେରରେ ସୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କର ଅପକମିଂ ଫିଲ୍ମ ହାଉସଫୁଲ୪’ସୁଟିଂ ପାଇଁ ସେଠାରେ ଅଛନ୍ତି । ସେଠାରେ ଥାଇ ନାନା ଏକ ମିଡିଆକୁ ନିଜର ବୟାନ ସ୍ୱୂରୁପ କହିଛନ୍ତି ଯେ ସେ ଏହି ମାମଲାରେ ମୁମ୍ବାଇ ଆସିଲା ପରେ ଏକ ପ୍ରେସ କନଫରେନ୍ସ ଡାକି ମିଡିଆରେ ଆଗରେ ଆଖି ମିଶାଇ କହିବେ ।

ସେ ଏଭଳି କିଛି କରି ନାହାନ୍ତି । କାରଣ କୌଣସି ଫିଲ୍ମରେ ଡ୍ୟାନ୍ସ କରନ୍ତି ନାହିଁ ନାନା, ତେବେ ତନୁଶ୍ରୀ ତାଙ୍କ ବିଷୟରେ ମିଛ ଆରୋପ ଲଗାଉଛନ୍ତି । ଏହାସହ ନାନା କହିଛନ୍ତି ଯେ, ସେ କଣ ଏତେ ଖରାପ ମଣିଷ ଏବଂ ତାଙ୍କ ବିଷୟରେ କଣ ସତରେ କେହି ଜାଣିନାହାନ୍ତି । ସେ ୭କିମ୍ବା ୮ଅକ୍ଟୋବରରେ ଫେରିଲେ ତାଙ୍କ ବିପକ୍ଷରେ ଲାଗିଥିବା ମିଛ ଆରୋପର ଟିକିିନିଖି ଊତ୍ତର ଦେବେ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ତନୁଶ୍ରୀ ତାଙ୍କ ଇମେଜ ଖରାପ କରିବା ଲାଗି ପ୍ରୟାସ କରୁଛନ୍ତି ଏହାକୁ ଆଧାର କରି ନାନା ପାଟେକର ତାଙ୍କୁ କୋର୍ଟକୁ ମଧ୍ୟ ଟାଣି ପାରିବେ । କଥାର ସତ୍ୟତା ନଜାଣି କୌଣସି ନିଷ୍କର୍ଶରେ ନ ପହଂଚିବା ଲାଗି ସେ ଅନୁରୋଧ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More