Only for Entertainment

ସଡ଼କ ଦୁର୍ଘଟଣାରେ ସାଉଥ ଆକ୍ଟର ଜୁନିଅର ଏନଟିରଙ୍କ ପିତା ଙ୍କ ମୃତ୍ୟୁ ।

0 99

ଏକ ସଡ଼କ ଦୁର୍ଘଟଣାରେ ଦକ୍ଷିଣ ଭାରତୀୟ ଫିଲ୍ମର ଅନ୍ୟତମ ସୁପର୍‌ଷ୍ଟାର୍ ଜୁନିଅର ଏନ୍‌ଟିଆର୍‌ଙ୍କ ବାପା ନନ୍ଦମୁରୀ ହରିକୃଷ୍ଣାଙ୍କର ପରଲୋକ ହୋଇଯାଇଛି। ସେ ବି ଜଣେ ଲୋକପ୍ରିୟ ଫିଲ୍ମ ଅଭିନେତା ଥିଲେ। ଏହା ସହିତ ସେ ଟିଡିପିର ଜଣେ ନେତା ମଧ୍ୟ ଥିଲେ।

ଆଜି ସକାଳେ ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ନନ୍ଦମୁରୀ ହରିକୃଷ୍ଣାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେ ନେଲ୍ଲୋରରୁ ହାଇଦ୍ରାବାଦ୍ ଫେରୁଥିଲେ।

ତାଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ନନ୍ଦପୁରୀ ତେଲୁଗୁ ସିନେମାରେ ଶିଶୁ କଳାକାର ଭାବେ କାମ ଆରମ୍ଭ କରିଥିଲେ। ସେ ପ୍ରସିଦ୍ଧ ଅଭିନେତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦମୁରୀ ତାରକ ରାମା ରାଓ (ଏନ୍‌ଟିଆର୍‌)ଙ୍କ ଚତୁର୍ଥ ପୁଅ ଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More