Only for Entertainment

ଫିଲ୍ମରେ ନିିଜର ଉପଲବ୍ଧି ପାଇଁ ସମ୍ମାନୀତ ହେବ ନନ୍ଦିତା ଦାସ, ମିଳିବ ଏସିଆ ପାସିଫିକ ସ୍କ୍ରିନ ଆୱାର୍ଡ ।

ndtv
24

ଭାରତୀୟ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ନନ୍ଦିତା ଦାସଙ୍କୁ ୨୯ ନଭେମ୍ବରରେ ହେବାକୁ ଥିବା ୧୨ତମ ଏସିଆ ପାସିଫିକ ସ୍କ୍ରିନ ଆୱାର୍ଡରେ ସମ୍ମାନୀତ କରାଯିବ । ମିଡିଆ ରିପୋର୍ଟ ଅନୁସାରେ ଏସିଆ ମହାଦେଶର ଫିଲ୍ମରେ ଥିବା ଉପଲବ୍ଧି ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ନନ୍ଦିତା ୧୯୯୬ରେ ରିଲିଜ ହୋଇଥିବା ଫିଲ୍ମ ‘ଫାୟର’, ୧୯୯୮ରେ ରିଲିଜ ହୋଇଥିବା ଫିଲ୍ମ ‘ଅର୍ଥ’ ଏବଂ ଏହା ପରେ ‘ବିଟବିନ ଦ ଲାଇନ୍ସ’ ପରି ଫିଲ୍ମରେ ନିଜର ଅଭିନୟ ଯାଦୁରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଅଭିନୟ ବ୍ୟତିତ ନିର୍ଦ୍ଦେଶନା କ୍ଷେତ୍ରରେ ମଧ୍ୟ ସେ ଅନେକ ପ୍ରଶଂସା ପାଇଛନ୍ତି । ଫିରାକ ଥିଲା ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥମ ଫିଲ୍ମ । ନିକଟରେ ନନ୍ଦିତାଙ୍କ ନିର୍ଦ୍ଦେଶନାରେ ରିଲିଜ ହୋଇଥିବା ଫିଲ୍ମ ‘ମଣ୍ଟୋ’କୁ ଅନେକ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More