Only for Entertainment

ମୋଦୀଙ୍କୁ ଫକିର ବୋଲି କହିଲେ ଅନୁପମ୍‌ ଖେର୍‌, ଜାଣନ୍ତୁ କାହିଁକି

Dailyhunt
20

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୨ ତାରିଖରେ ସମୁଦ୍ର କୂଳରୁ ଅଳିଆ ସଫା କରୁଥିବାର ଏକ ଭିଡିଓ ସେୟାର କରିଥିଲେ। ଯାହାକି ସୋସିଆଲ ମିଡିଆରେ ଛାଇ ଯାଇଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରୁ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସୁଛି। ବଲିଉଡ୍‌ କଳାକାର ବି ମୋଦୀଙ୍କ ଏଭଳି କାମ ଦେଖି ପ୍ରଶଂସା କରିବା ସହ ସ୍ୱଚ୍ଛତା ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି।

 

View this post on Instagram

 

प्रधानमंत्री श्री @narendramodi जी की ये तस्वीर आने वाले समय में पूरी दुनिया में ईमानदारी, सच्चाई, सादगी और निस्स्वार्थ भावना का एक प्रतीक बनेगी। इस तस्वीर में स्वच्छ भारत का अभियान तो है ही। साथ में एक फ़क़ीर के छवि भी छुपी है।अब ऐसे इंसान को किस चीज़ का डर हो सकता है। जय हो। जय हिंद।🙏🇮🇳

A post shared by Anupam Kher (@anupampkher) on

ଅଭିନେତା ଅନୁପମ ଖେର ମୋଦୀଙ୍କର ଏହି ସମୁଦ୍ର କୂଳରୁ ଅଳିଆ ସଫା କରୁଥିବାର ଭିଡିଓକୁ ଦେଖି ପ୍ରଶଂସା କରିଛନ୍ତି। ଏଥିସହିତ ଏହି ଭିଡିଓରୁ ଆସିଥିବା ଏକ ଫଟୋକୁ ଦେଖି ଲେଖିଥିଲେ କି, ମୋଦୀଜୀଙ୍କ ଏହି ଫଟୋ ଭବିଷ୍ୟତରେ ସାଧୁତା, ସତ୍ୟତା, ସରଳତା ଓ ନିସ୍ୱାର୍ଥପରତାର ଏକ ପ୍ରତୀକ ହେବ। ଏହି ଛବିଟିରେ ସ୍ୱଚ୍ଛ ଭାରତର ଅଭିଯାନ ତ ଅଛି ତା’ସହ ଜଣେ ଫକିରଙ୍କ ଛବି ମଧ୍ୟ ଲୁଚି ରହିଛି ବୋଲି ଅନୁପମ ଲେଖିଛନ୍ତି। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଆଉ ଏକ ଚର୍ଚ୍ଚା ଜୋର ଧରିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More