Only for Entertainment

କାହାର ସ୍ୱର ଶୁଣି କାନ୍ଦିବାକୁ ବାଧ୍ୟ ହୋଇଥିଲେ ସଂଜୟ ଦତ୍ତ! ପୁସ୍ତକ କଲା ଖୁଲାସା !

amarujala
0 43

ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କ ଜୀବନରେ ଅନେକ ବାଧାବିଘ୍ନ ଦେଇ ଗତି କରିଛି । ଏପରିକି ତାଙ୍କ ଜୀବନ ଖୋଲା ବହି ଠାରୁ କିଛି କମ ନୁହେଁ । ଜେଲରେ ରହି ସଜା କାଟିବା ଠାରୁ ନାହିଁ ନିଶା ଛାଡିବା ପାଇଁ ସେଂଟର ଯିବା ପର୍ଯ୍ୟନ୍ତ ସମସ୍ତ ସମୟକୁ ସେ ଖୋଲା ହୃଦୟରେ ଗ୍ରହଣ କରି ବଂଚିଥିବାରୁ ସମସ୍ତେ ତାଙ୍କର ପ୍ରଂଶସା କରନ୍ତି । ବର୍ତ୍ତମାନ ସଂଜୟଙ୍କ ସହ ଜଡିତ ଏକ ଗୁପ୍ତ କଥାର ଖୁଲାସା ହୋଇଛି ଯାହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି କଥାର ଖୁଲାସା କିଛି ଦିନ ତଳେ ସଂଜୟଙ୍କ ଜୀବନୀ ଛପରେ ଲିଖିତ ପୁସ୍ତକରୁ ଜଣା ପଡିଛି । ଯାହାକୁ ୟାସିର ଉସମାନ ଲେଖିଛନ୍ତି । ଏହି ପୁସ୍ତକର ନାଁ ରହିଛି ‘ସଂଜୟ ଦତ୍ତ: ଦ କ୍ରେଜି ଅନଟୋଲ୍ଡ ଷ୍ଟୋରୀ ବଲିଉଡ ବ୍ୟାଡ ବୟ’ଅଟେ । ଏହି ପୁସ୍ତକରେ ସଂଜୟଙ୍କ ବିଷୟରେ ଏପରି କିଛି ରାଜ୍ ର ଖୁଲାସା କରାଯାଇଛି ଯାହା ସମସ୍ତଙ୍କ ପାଇଁ ଅଜଣା ଅଟେ ।

ସଂଜୟ ଦତ୍ତ ପ୍ରଥମ ଫିଲ୍ମ ‘ରକି’ରିଲିଜ ହେବା ପୂର୍ବରୁ ତାଙ୍କ ମା’ ନର୍ଗିସଙ୍କର ଦେହାନ୍ତ ହୋଇଥିଲା । ସେ କର୍କଟ ରୋଗରେ ପୀଡିତ ଥିଲେ । ଏହା ମଧ୍ୟ ଉକ୍ତ ପୁସ୍ତକରେ ଲେଖାଯାଇଛି । ପୁସ୍ତକ ଅନୁସାରେ- ମା’ଙ୍କ ଦେହାନ୍ତ ପରେ ସଂଜୟ ଦତ୍ତ ଆଦୌ କାନ୍ଦି ନଥିଲେ । ଆଜି ମଧ୍ୟ ତାଙ୍କ କ୍ଷତ ଆଗଭଳି ରହିଛି ।

ମାଙ୍କ ଦେହାନ୍ତ ପରେ ସଂଜୟ ସଂପୂଣ୍ଣ ଭାବେ ଭାଙ୍ଗି ପଡିଥିଲେ । ଯେଉଁକାରଣରୁ ସେ ନିଶାଶକ୍ତ ହୋଇପଡିଥିଲେ । ପୁସ୍ତକ ଅନୁସାରେ- ‘ଯେତେବେଳେ ସଂଜୟ ନିଶାମୁକ୍ତି କେନ୍ଦ୍ର ୟୁଏସରେ ଥିଲେ ସୁନିଲ ଦତ୍ତ ତାଙ୍କୁ କିଛି ଟେପ ପଠାଇଥିଲେ । ସଂଜୟଙ୍କୁ ଜଣା ନଥିଲା ସେଥିରେ କ’ଣ ରହିଛି । ସଂଜୟ ଯେତେବେଳେ ସେହି ଟେପକୁ ପ୍ଲେ କରିଥିଲେ ସେଥିରେ ତାଙ୍କ ମା ନର୍ଗିସଙ୍କ ଆବାଜ ଶୁଣିଥିଲେ । ନର୍ଗିସ ତାଙ୍କ ମୃତ୍ୟୁ ପୂର୍ବରୁ ଏହି ଅଡିଓକୁ ରେକର୍ଡ କରିଥିଲେ । ତାଙ୍କ ସ୍ୱରରେ ଏତେ ଦୁଃଖ ଭରି ରହିଥିଲା ଯେ ଯାହାକୁ ଶୁଣି ସଂଜୟ ଦତ୍ତ ବହୁତ କାନ୍ଦିଥିଲେ ।’

ସେହି ଅଡିଓରେ ନର୍ଗିସ ସଂଜୟଙ୍କୁ ବହୁ ଉଚ୍ଚରେ ଦେଖିବାକୁ ଚାହାନ୍ତି ବୋଲି କହିଥିଲେ । ଏବଂ ମଣିଷପଣିଆ ଦେଖାଇବାକୁ ଓ ସମସ୍ତଙ୍କୁ ସମ୍ମାନ ଦେବା ଲାଗି ମଧ୍ୟ ସେହି ଅଡିଓରେ କହିଛନ୍ତି । ନର୍ଗିସଙ୍କର ଏହି ସମସ୍ତ କଥାରୁ ସଂଜୟ ଦତ୍ତ ୪ଦିନ କାଳ ବହୁତ କାନ୍ଦିଥିଲେ । ଏହି ସମସ୍ତ କଥାକୁ ଗୁରୁତ୍ୱ ଦେଇ ସଂଜୟ ନିଜକୁ ସୁଧାରିବାକୁ ଲାଗି ପଡିଥିଲେ ଏବଂ ସେଂଟରରେ ନିଜର ଚିକିତ୍ସା ଉପରେ ଧ୍ୟାନ ରଖିବା ଆରମ୍ଭ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More