Only for Entertainment

ରିଜଙ୍କ ସ୍ଥାନରେ ନାତାଲି !

Pinterest
0 43

ଫକ୍ସ ସର୍ଚ୍ଚଲାଇଟ ମୁଭିଜର ଅପକମିଂ ମୁଭି ‘ପେଲ ବ୍ଲୁ ଡଟ’ରେ ନତାଲି ପୋର୍ଟମ୍ୟାନଙ୍କ ଦେଖିବାକୁ ମିଳିବ ବୋଲି ଜଣାପଡିଛି । ଖବର ଅନୁସାରେ ରିଜ ଓି୍ୱଦରସ୍ପୁନଙ୍କ ସ୍ଥାନରେ ତାଙ୍କୁ ଦେଖିବାକୁ ମିଳିବ । ଡେଟକୁ ନେଇ ବେଶ କିଛିଦିନ ଧରି ଫିଲ୍ମ ନିର୍ମାତାମାନଙ୍କ ସହିତ ରିଜଙ୍କ ସମସ୍ୟା ଲାଗି ରହିଥିଲା । ଗତ ନଭେମ୍ବର ମାସରେ ରିଜ ଜଣାଇଥିଲେ ‘ବିଗ ଲିଟିଲ ଲାଇଜ’ର ସିଜିନ ୨ ପାଇଁ ତାଙ୍କ ହାତରେ ସମୟ ଖୁବ କମ । ତେଣୁ ସିଡ୍ୟୁଲ ମ୍ୟାନେଜ କରିବାକୁ ନେଇ ସେ ଖୁବ ଚିନ୍ତିତ ହେଇପଡିଥିଲେ । ଏହା ପରଠାରୁ ରିଜଙ୍କ ସ୍ଥାନରେ ଅନ୍ୟ କେହି ଅଭିନେତ୍ରୀଙ୍କୁ ନେବାକୁ ଚିନ୍ତା କରୁଥିଲେ ‘ପେଲ ବ୍ଲୁୁ ଡଟ’ର ନିର୍ମାତାମାନେ । ଶେଷ ପର୍ଯ୍ୟନ୍ତ ରିଜଙ୍କ ସ୍ଥାନରେ ନତାଲିଙ୍କୁ ନେବା ପାଇଁ ଏକ ପ୍ରକାର ସ୍ଥିର ହୋଇଛି ।

ଫିଲ୍ମର ସ୍କ୍ରିପ୍ଟ ଲଖକ ମଧ୍ୟ ନତାଲି ଏହି ଫିଲ୍ମ ପାଇଁ ପରଫେକ୍ଟ ବୋଲି ମତ ଦେଇଛନ୍ତି । ନତାଲି ମଧ୍ୟ ଏହି ଫିଲ୍ମରେ ଅଭିନୟ କରିବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି । ଯଦି ନତାଲି ଏହି ଫିଲ୍ମରେ ଅଭିନୟ କରନ୍ତି ତେବେ ତାଙ୍କୁ ଏକ ମହାକାଶଚାରୀଙ୍କ ଚରିତ୍ରରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More