Only for Entertainment

ଟାଲିନ୍ ବ୍ଲାକ ନାଇଟ୍ସ ଫିଲ୍ମ ଫେଷ୍ଟିଭାଲରେ ଓଡିଆ ଫିଲ୍ମ ‘ହେଲୋ ଆର୍ସି’ ।

IMDb
31

ଚଳିତ ବର୍ଷ ଟାଲିନ୍ ବ୍ଲାକ ନାଇଟ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହେଉଛି ଓଡ଼ିଆ ଚଳଚ୍ଚିତ୍ର ‘ହେଲୋ ଆର୍ସି’ । ଟାଲିନଠାରେ ନଭେମ୍ବର ୧୬ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଏହି ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ଦ୍ଦେଶକଙ୍କ ପ୍ରଥମ ଫିଚର ଫିଲ୍ମ ବିଭାଗରେ ପ୍ରତିଯୋଗିତା ପାଇଁ ୫ ଟି ମହାଦେଶର ୧୧ଟି ଚଳଚ୍ଚିତ୍ର ମନୋନୀତ ହୋଇଛି । ଏଥିମଧ୍ୟରୁ ଏସିଆରୁ ୨ଟି ଚଳଚ୍ଚିତ୍ର, ସେହିପରି ୟୁରୋପରୁ ୬ଟି, ୨ଟି ଆମେରିକୀୟ ଓ ଗୋଟିଏ ଆଫ୍ରିକୀୟ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ ।

prakruti-mishra

ଓଡ଼ିଶା ଚଳଚ୍ଚିତ୍ର “ହେଲୋ ଆର୍ସି’ ଏହି ପ୍ରତିଯୋଗିତାରେ ଭାଗ ନେଉଛି । ଫିଲ୍ମ ନିର୍ମାତା ଅଜୟ ରାଉତରାୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମୁଖ୍ୟ ଭୂମିକାରେ ପାର୍ଥସାରଥି ରୟ ଓ ତାଙ୍କ ବିପକ୍ଷରେ ପ୍ରକୃତି ମିଶ୍ର ଅଭିନୟ କରିଛନ୍ତି । ଏହାସହ ପ୍ରିୟମ୍ବତା ରାୟ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ବେଦମାତା ପ୍ରଡକ୍ସନ ନିବେଦିତ ସ୍ୱର୍ଗତ ସମ୍ବିତ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୬୫ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । ଏହାସହ ଶ୍ରେଷ୍ଠ ଚଳଚ୍ଚିତ୍ର, ସଂଳାପ ଓ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମଧ୍ୟ ଏହି ଚଳଚ୍ଚିତ୍ରକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More