Only for Entertainment

ରୋମାଂଟିକ ହୋଇଥାନ୍ତି ବ୍ରାଉନ ରଙ୍ଗର ଲିପଷ୍ଟିକ ଲଗାଉଥିବା ଝିଅ, ଜାଣନ୍ତୁ କ’ଣ କହେ ଆପଣଙ୍କ ଲିପଷ୍ଟିକର ରଙ୍ଗ

hindirush
87

ଲିପଷ୍ଟିକ କେବଳ ନାରୀର ସୌନ୍ଦର୍ଯ୍ୟ ବଢାଇ ନଥାଏ ବରଂ ଆପଣଙ୍କ ବ୍ୟକ୍ତିତ୍ୱକୁ ନେଇ ମଧ୍ୟ ବହୁତ କିଛି କହିଥାଏ । ପ୍ରତ୍ୟେକ ଝିଅଙ୍କୁ ଭିନ୍ନ ଭିନ୍ନ ରଙ୍ଗର ଲିପଷ୍ଟିକ ଲଗାଇବାକୁ ଭଲ ଲାଗେ, କାରଣ ସମସ୍ତଙ୍କର ପସନ୍ଦ କେବେ ସମାନ ହୋଇ ନଥାଏ । ତେବେ ଆପଣ ଯଦି ସେହିଭଳି ଲିପଷ୍ଟିକର ରଙ୍ଗକୁ ନେଇ ନିଜର ବ୍ୟକ୍ତିତ୍ୱ ବିଷୟରେ ଜାଣିବାକୁ ଚାହାଁନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ । ଆସନ୍ତୁ ଆଲୋଚନା କରିବା ।

  • ୧. ଆପଣଙ୍କୁ ପିଙ୍କ ପସନ୍ଦ ତେବେ, ଆପଣ ହୃଦୟରୁ ଖୁବ ଭଲ ଏବଂ କୋମଳ । ଆପଣଙ୍କୁ ସମସ୍ତେ ଭଲ ପାଆନ୍ତି । ଆପଣଙ୍କୁ ହସ ମଜାକ କରିବା ଖୁବ ପସନ୍ଦ ।୨. ପ୍ଲମ ଲିପଷ୍ଟିକ କହେ ଆପଣ ଚ୍ୟାଲେଂଜ ନେବାକୁ ଡରନ୍ତି । ତେବେ ଏହାକୁ ଯଦି ଆପଣ ପସନ୍ଦ କରୁଛନ୍ତି, ନିହାତି ଭାବରେ ଆପଣ ସମସ୍ତଙ୍କ ଠାରୁ ଭିନ୍ନ ।
  • ୩. ଯଦି ଆପଣଙ୍କୁ ଲାଲ ରଙ୍ଗର ଲିପଷ୍ଟିକ ଭଲ ଲାଗେ ତେବେ ଆପଣ ଖୁବ ବୋଲ୍ଡ ଏବଂ କନଫିଡେଂଟ ପ୍ରକୃତିର । ଆପଣ ନିଜର ରଙ୍ଗ ରୂପକୁ ନେଇ ଖୁବ ସହଜ । ଆପଣଙ୍କୁ ଲୋକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିବାକୁ ଭଲ ଲାଗେ ।
  • ୪. ବ୍ରାଉନ ରଙ୍ଗର ଲିପଷ୍ଟିକ ପସନ୍ଦ କରୁଥିବା ଝିଅ ଖୁବ ରୋମାଂଟିକ ହୋଇଥାନ୍ତି । ଏମାନେ ଜିନିଷର ଭିତରକୁ ଯାଇ ତଦାରଖ କରିବାକୁ ପସନ୍ଦ କରନ୍ତି ଏବଂ ପ୍ରତ୍ୟେକ ଜିନିଷକୁ ଖୁବ ଯାଂଚ କରନ୍ତି ।
  • ୫. ପର୍ପଲ ରଙ୍ଗ ପସନ୍ଦ କରୁଥିବା ଛିଅ ଖୁବ ଭାବବିହ୍ୱଳ ହୋଇଥାନ୍ତି । କିନ୍ତୁ ସମୟ ଏବଂ ପରିସ୍ଥିତକୁ ଦୃଢ ଭାବରେ ସାମ୍ନା କରନ୍ତି ।
  • ୬. ଅରେଂଜ ରଙ୍ଗ ପସନ୍ଦ କରୁଥିବା ଝିଅ ଖୁବ ମଜାଳିଆ ଢଙ୍ଗର ହୋଇଥାନ୍ତି । ଏମାନେ ଖୁବ ଆକ୍ଟିଭ ମଧ୍ୟ ହୋଇଥାନ୍ତି ।
  • ୭. ମଭ ରଙ୍ଗ ପସନ୍ଦ କରୁଥିବା ଝିଅଙ୍କୁ ବୁଝିବା ଖୁବ କଷ୍ଟ । ଏମାନେ ସବୁ ଜିନିଷକୁ ସୀମିତ ରଖନ୍ତି ।
  • ୮. ପିଚ ରଙ୍ଗ ପସନ୍ଦ କରୁଥିବା ଝିଅ ନିଜ ଜୀବନକୁ ନେଇ ଖୁବ ସିରିଅସ ହୋଇଥାନ୍ତି । ଏମାନେ ଶାନ୍ତିପ୍ରିୟ । ଏମାନେ ସ୍ୱଭାବରେ ଲାଜକୁଳି ହୋଇଥାନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More