Only for Entertainment

ଏବେ ରେଲୱେ ଷ୍ଟେସନରେ ମାଗଣାରେ ରିଚାର୍ଜ ହେବ ଆପଣଙ୍କ ମୋବାଇଲ, କରିବାକୁ ପଡ଼ିବ ଏହି କାମ

dainikjagran
127

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ଲାଷ୍ଟିକ ବୋତଲର ଦୁରୂପଯୋଗ ନକରିବା ପ୍ରକିୟା ବର୍ତ୍ତମାନ ଜନସାଧାରଣଙ୍କ କାମରେ ଆସିବ । ଏହା ଅନୁସାରେ ଯଦି କୌଣସି ଯାତ୍ରୀ ଷ୍ଟେସନରେ ଲାଗିଥିବା ପ୍ଲାଷ୍ଟିକ ବୋତଲ କ୍ରସିଂ ମେସିନର ଉପଯୋଗ କରୁଛନ୍ତି ତେବେ ରେଲୱେ ତାଙ୍କ ଫୋନ ରିଚାର୍ଜ କରିବାରେ ସହାୟକ ହେବ । କହିର୍ୁଖୁଛୁ ସ୍ୱାଧୀନତା ଦିବସରେ ନିଜ ଭାଷଣରେ ପିଏମ ମୋଦି ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବା ଏବଂ ସାଧାରଣ କ୍ଷେତ୍ରରେ ପ୍ଲାଷ୍ଟିକ ପାଣି ବୋତଲର ବିକଳ୍ପ ଖୋଜିବା ପାଇଁ କହିଥିଲେ ।

ରେଲୱେ ନିର୍ଦ୍ଦେଶ ଦେଇଛନ୍ତିଯେ ଏହି ବର୍ଷ ଅକ୍ଟୋବର ୨ ତାରଖିରୁ ପ୍ଲାଷ୍ଟିକର ପ୍ରୟୋଗ କରାଯିବ ନାହିଁ । ରେଲୱେ ବୋର୍ଡ଼ର ଚେୟାରମ୍ୟାନ ବିକେ ଯାଦବଙ୍କ କହିବା ମୁତାବକ ଷ୍ଟେସନରେ ୪୦୦ ପ୍ଲାଷ୍ଟିକ ବୋତଲ କ୍ରସିଂ ଲଗାଯିବ । ଯଦି କୌଣସି ଯାତ୍ରୀ ଉପଯୋଗ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ମେସିନରେ ଫୋନ ନମ୍ବର ଦେବାକୁ ପଡ଼ିବ ଏବଂ ତାଙ୍କ ଫୋନ ରିଚାର୍ଜ ହୋଇଯିବ ।

ଅବଶ୍ୟ କେତେ ଟଙ୍କାର ରିଚାର୍ଜ ହେବ ତାହାର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଏପର୍ଯ୍ୟନ୍ତ ୧୨୮ ଷ୍ଟେସନରେ ୧୬୦ଟି କ୍ରସିଂ ମେସିନ ଲାଗି ସାରିଛି । ଏହା ସହିତ ପ୍ରତ୍ୟେକ ରେଲୱେ କର୍ମଚାରୀଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛିଯେ ରେଲୱେ ଷ୍ଟେସନରେ ବ୍ୟବହାର ହେଉଥିବା ସମସ୍ତ ପ୍ଲାଷ୍ଟିକକୁ ଏକାଠି କରି ସେସବୁକୁ ସାଇକଲିଂ ପାଇଁ ପଠାଇବେ । ଏହା ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲାଯେ ପୁନର୍ବାର ବ୍ୟବହାର ହୋଇ ପାରୁଥିବା ବ୍ୟାଗ ବ୍ୟବହାର କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More