Only for Entertainment

ତ୍ୱଚା ପାଇଁ ପ୍ରାକୃତିକ ଫ୍ରେଶନର ।

kp
0 37

ଜନୁ ମାସ ଶେଷ ହେବାକୁ ବସିଲାଣି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଗ୍ରୀଷ୍ମର ପ୍ରଭାବ ଶେଷ ହୋଇନାହିଁ । ଗୁଳୁଗୁଳି କାରଣରୁ ତ୍ୱଚାରୁ ଝାଳ ଅନବରତ ବାହାରିଥାଏ । ଝାଳ କାରଣରକୁ ତ୍ୱଚାରେ ମଇଳା ଜମିଥାଏ । ଏସବୁକୁ ପରିଷ୍କାର କରିବା ନିମନ୍ତେ ନିୟମିତ ସ୍କ୍ରବ କରିବା ଜରୁରୀ ।

  • ସ୍କ୍ରବ କଲେ ତ୍ୱଚାର ଲୋମଛିଦ୍ର ଖୋଲିଯିବା ସହ ରଙ୍ଗ ସଫା ଦେଖାଯାଏ । ଘରୋଇ ଉପାୟରେ ପେସ୍ତାବାଦାମ ଓ ଚାଉଳ ଗୁଣ୍ଡକୁ ନିୟମିତ ସ୍କ୍ରବ ଭାବେ ବ୍ୟବହାର କରିପାରିବେ । ତୈଳ ତ୍ୱଚା ହୋଇଥିଲେ, କ୍ରିମ ଯୁକ୍ତ ମଏଶ୍ଚରାଇଜରର ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ ।
  • ରାତିବେଳା ତ୍ୱଚାର କ୍ଲିନଜିଂ ନିହାତି ଆବଶ୍ୟକ । କୌଣସି ଭଲ କମ୍ପାନୀର ଆଷ୍ଟ୍ରିନୋଜେଣ୍ଟରେ ତ୍ୱତାକୁ ନିୟମିତ ଭାବେ ପୋଛନ୍ତୁ । ଏପରି କଲେ ରାତିବେଳା ତ୍ୱଚା ପାଇଁ ଉତ୍ତମ ଫ୍ରେଶନର ହୋଇଥାଏ ।
  • ଗରମ କାରଣରୁ ତ୍ୱଚାରେ ସନ-ଟ୍ୟାନ ହୋଇଥିବାର ଦେଖାଯାଇଥାଏ । ଏଥିରୁ ରକ୍ଷା ପାଇବାକୁ ହେଲେ ଗ୍ରୀନ-ଟିକୁ ପାଣିରେ ଫୁଟାଇ ସେହି ପାଣି ଛିଟା ମୁହଁରେ ମାରନ୍ତୁ ।
  • ଅନ୍ୟ ଏକ ଫ୍ରେଶନର ହେଉଛି ଫ୍ରିଜରେ ଏକ ପାତ୍ରରେ ଗୋଲାପ ଜଳ ରଖନ୍ତୁ । ବାରମ୍ବାର ତୁଳା ସାହାର୍ଯ୍ୟରେ ସେହି ପାଣିରେ ତ୍ୱଚାକୁ ପୋଛନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More