Only for Entertainment

ରାସ୍ତାକଡରେ ପଇଡ ପାଣି ପି ଚର୍ଚ୍ଚାରେ ନବୀନ, ୨ ଟି ପଇଡ ପାଇଁ ଦେଲେ ୫୦୦ ଟଙ୍କା !

21

ପଇଡ ପାଣି ପି ଚର୍ଚ୍ଚାରେ ନବୀନ । ୨୦୧୯ ଆର୍ଥାତ ନୂଆବର୍ଷରେ ପ୍ରତ୍ୟେକ ଥର ପରି ଚଳିତଥର ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ଏହାପରେ ଭୁବନେଶ୍ୱର ଫେରିବା ସମୟରେ ହଠାତ ଅଧା ବାଟରେ ଓହ୍ଲାଇ ପଇଡ ପିଇଛନ୍ତି ନବୀନ। ମଧ୍ୟାହ୍ନ ସମୟ ପାଖାପାଖି ୧.୧୫ ମିନିଟରେ ପିପିଲି ନିକଟ ସୁବଳପୁର ଛକ ନିକଟରେ କିଛି ସମୟ ପାଇଁ ଅଟଳିରହିଥିଲା ମୁଖ୍ୟମନ୍ତ୍ରୀଙ୍କର କାରକେଡ । ରାସ୍ତା କଡରେ ବିକ୍ରି ହେଉଥିବା ପଇଡ ପାଣି ପିଇବା ପାଇଁ ସେଠାରେ ନବୀନ ଅଟକିଯାଇଥିଲେ । ଏହାପରେ ପ୍ରଥମେ ଗୋଟିଏ ପଇଡ ପିଇଥିଲେ । ପାଣି ଭଲ ଲାଗିବାରୁ ଆଉ ଗୋଟାଏ ମଧ୍ୟ ପିଇଥିଲେ ।

ଏହାପରେ ଦୋକାନୀ ଜଣକ ୨ ଟି ପଇଡର ଦାମ ୫୦ ଟଙ୍କା କହିଥଲା ବେଳେ ନବୀନ ତାଙ୍କୁ ୫୦୦ ଟଙ୍କା ଦେଇଥିଲେ । ଏହାପରେ ଦୋକାନୀ ଜଣକ ତାଙ୍କୁ ବଳକା ଟଙ୍କା ଫେରାଇବା ବେଳେ ମୁଖ୍ୟମନ୍ତ୍ରୀ ଟଙ୍କା ନେବା ପାଇଁ ମନା କରିଥିଲେ । ଏହାପରେ ସେହି ଦୋକାନୀଙ୍କ ସହ କିଛି କଥା ମଧ୍ୟ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ, ଦୋକାନୀ କେଉଁଠାରୁ ପଇଡ ଆଣୁଛନ୍ତି ଓ ବେପାର କେମିତି ଚାଲିଛି ବୋଲି ପଚାରିଥିଲେ । ଏହାପରେ ପୁଣି ଥରେ ଭୁବନେଶ୍ୱର ଅଭିମୁଖେ ନବୀନ ବାହାରିଥିଲେ । ମୁଖ୍ୟମନ୍ତ୍ରୀ ପଇଡ ପିଇବା ପରେ ଦୋକାନୀ ଜଣକ ନିଜ ଖୁସି ଜାହିର କରିବା ସହ ନୂଆବର୍ଷରେ ନବୀନ ତାଙ୍କ ଦୋକାନ ପାଖରେ ପଇଡ ପିଇବେ ଓ ତାଙ୍କ ସହ କିଛି କଥା ହେବେ ବୋଲି ସେ ଭାବିନଥିଲେ । ନବୀନ ରାସ୍ତା କଡରେ ଏପରି ଭାବରେ ହଠାତ ରହି ପଇଡ ପିଇବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More