Only for Entertainment

ନବରାତ୍ରୀ ବ୍ରତରେ ପ୍ରସ୍ତୁତ କରି ଖାଆନ୍ତୁ ସାଗୁଦାନା ଟିକ୍କା

onegreenplanet
36

ସାମଗ୍ରୀ-
ସାଗୁଦାନା-୫୦୦ ଗ୍ରାମ, ଆଳୁ-୨ଟି, ତେଲ-୧୧/ ୨ କପ, କଂଚା ଲଙ୍କା- ୩ଟି ଛୋଟ କଟା, ଲୁଣ- ସ୍ୱାଦ ଅନୁସାରେ, ଲଙ୍କା ପାଉଡର- ଅଧା ଚାମଚ, ବାଦାମ- ଅଧା କପ ।

ପ୍ରଣାଳୀ-
ପ୍ରଥମେ ସାଗୁଦାନାକୁ ୨ ରୁ ୩ ଘଣ୍ଟା ପାଣିରେ ଭିଜାଇ ରଖନ୍ତୁ । ସାଗୁ ଭଲଭାବେ ଭିଜି ଗଲେ ପରେ ତାକୁ ଭଲ ଭାବେ ଛାଣି ଦିଅନ୍ତୁ । ଏହାପରେ ଏକ ପତ୍ରରେ ସିଝା ହୋଇଥିବା ଆଳୁକୁ ଚକଟନ୍ତୁ ଏବଂ ଏହି ମିଶ୍ରଣରେ ସମସ୍ତ ସାମଗ୍ରୀ ପକାଇ ଭଲ ଭାବେ ଚକଟନ୍ତୁ । ଏହାପରେ ମିଶ୍ରଣକୁ ଛୋଟ ଛୋଟ ଗୁଳା କରି ଟିକ୍କା ଆକାର ଦିଅନ୍ତୁ । ଏବେ ଏହାକୁ କଢେଇରେ ତେଲ ଗରମ କରି ଟିକ୍କାକୁ ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ସାଗୁଦାନା ଟିକ୍କା ବର୍ତ୍ତମାନ ଏହାକୁ ବାଦମ ଚଟଣୀ ସହିତ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More