Only for Entertainment

ଗ୍ଲାମରସ ଅନ୍ଦାଜରେ ନଜର ଆସିଲେ ବିଗ ବିଙ୍କ ନାତୁଣୀ, ମା’ ଶ୍ୱେତାଙ୍କ ପାଇଁ କଲେ ଫଟୋସୁଟ ।

ndtv
0 27

ବଲିଉଡର ବିଗ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନଭ୍ୟା ନଭେଲି ନନ୍ଦା ଏବେ ନିଜର ବୋଲ୍ଡ ଅବତାର ପାଇଁ ସବୁଠି ଚର୍ଚ୍ଚାରେ । ନିକଟରେ ନଭ୍ୟା ସୁଟ କରିଥିବା ନିଜର କିଛି ଗ୍ଳାମରସ ଫଟୋ ଗୁଡିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମା’ ଶ୍ୱେତା ବଚ୍ଚନଙ୍କ ଭଳି ନଭ୍ୟା ମଧ୍ୟ ପିଲାବେଳୁ ଗ୍ଳାମର ଦୁନିଆଠାରୁ ନିଜକୁ ଦୂରେଇ ରଖୁଥିଲେ । ନିକଟରେ କିନ୍ତୁ ମା’ଙ୍କୁ ସାହାଯ୍ୟ କରିବା ପାଇଁ ସେ କିଛି ଫଟୋ ସୁଟ କରିଥିଲେ । ଏଥିରେ ତାଙ୍କୁ ଏକଦମ ବୋଲ୍ଡ ଓ ଗ୍ଳାମରସ ଅବତାରରେ ଦେଖିବାକୁ ମିଳିଛି ।

 

Our in house model was paid in Lays chips ? #MxS #MonishaxShweta

A post shared by S (@shwetabachchan) on


ଅମିତାଭ ତନୟା ଶ୍ୱେତା ନିଜ ଲେଟେଷ୍ଟ ଇନଷ୍ଟାଗ୍ରାମ ଆକଉଣ୍ଟରେ କହିଛନ୍ତି ଯେ, ସେ ଏହି ଫଟୋ ସୁଟରେ ଖୁସି ହୋଇ ନଭ୍ୟାଙ୍କୁ ଉପହାର ମଧ୍ୟ ଦେଇଛନ୍ତି । ଶ୍ୱେତା ନିକଟରେ ଫ୍ୟାଶନ ଡିଜାଇନର ମନୀଷ ଜୟସିଂହଙ୍କ ସହ ମିଶି ନୂଆ କ୍ଲଦିଙ୍କ ବ୍ରାଣ୍ଡ ଏମଏକ୍ସଏସ ଲଞ୍ଚ କରିଛନ୍ତି । ମା’ଙ୍କୁ ଏହି ପ୍ରୋଜେକ୍ଟରେ ନଭ୍ୟା ମଧ୍ୟ ଅନେକ ସାହାଯ୍ୟ କରିଛନ୍ତି । ଏହି ବ୍ରାଣ୍ଡ ପାଇଁ ସେ ମା’ ଶ୍ୱେତା ନନ୍ଦାଙ୍କ ସହିତ ମିଶି ଗ୍ଲାମରସ ଫଟୋସୁଟ କରାଇଛନ୍ତି ।


ସୂଚନା ଅନୁସାରେ ଭୋଗ୍ୟୁ ଇଣ୍ଡିଆ ମାଗାଜିନ ପାଇଁ ଜୟା ବଚ୍ଚନ, ଝିଅ ଶ୍ୱେତା ଓ ନାତୁଣି ନଭ୍ୟା ନିକଟରେ ଫଟୋ ଉଠାଇଥିଲେ । ଏଥିରୁ କିଛି ଫଟୋ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More