Only for Entertainment

ନବାବଜାଦେର ଆଉ ଏକ ଗୀତ ହେଲା ରିଲିଜ । ତେରେ ନାଲ ନଚନା’ ଗୀତ ଶୁଣି ନାଚି ଉଠିବେ ଆପଣ ମଧ୍ୟ !

amarujala
0 57

ଏବେ ବଲିଉଡ ଫିଲ୍ମ ‘ନବାବଜାଦେ’ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ବିଗତ ଦିନ ଏହି ଫିଲ୍ମର ପଂଜାବୀ ସିଙ୍ଗର ଗୁରୁ ରନ୍ଧାୱାଙ୍କ ଗୀତ ‘ହାଇ ରେଟେଡ ଗବ୍ରୁ’ ରିଲିଜ କରାଯାଇଛି । ଯାହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଏବେ ଫିଲ୍ମର ଆଉ ଏକ ଗୀତ ରିଲିଜ ହୋଇଛି । ଏହା ଗୀତ ପ୍ରସିଦ୍ଧ ସିଙ୍ଗର ତଥା ରାପର ବାଦଶାହ ଗାଇଛନ୍ତି ।

ଏହି ଗୀତର ନାଁ ‘ତେରେ ନାଲ ନଚନା’ ଅଟେ । ଏଥିରେ ବାଦଶାହଙ୍କ ଶାନଦାର ରାପ ସହ ସୁନୀଲ ସେଟ୍ଟୀଙ୍କ ଝିଅ ଏବଂ ‘ହିରୋ’ ଫିଲ୍ମର ଅଭିନେତ୍ରୀ ଆତିୟାଙ୍କ ସୁନ୍ଦର ଡାନ୍ସ ଦେଖିବାକୁ ମିଳିଛି । ଯାହା ଦର୍ଶକଙ୍କ ମନ କିଣି ନେଇଛି । ଆତିୟାଙ୍କ ସହ ନବାବଜାଦେର କଳାକାର ଧର୍ମେଶ, ରାଘବ ଜୁଆଲ ଏବଂ ପୁନୀତ ପାଠକ ମଧ୍ୟ ବ୍ୟାକଗ୍ରାଉଣ୍ଡରେ ନିଜ ଡାନ୍ସିଂ ବିଟସ୍ ଦ୍ୱାରା ଲୋକଙ୍କ ମନ କିଣି ପାରିଛନ୍ତି ।

ରିଲିଜ ହେଉ ହେଉ ଏହି ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ବାଦଶାହ ଆଗରୁ ଅନେକ ଗୀତ ଗାଇ ଲୋକଙ୍କ ମନ ଜିତି ପାରିଛନ୍ତି । ନବାବଜାଦେ ଫିଲ୍ମ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମକୁ ନିର୍ଦ୍ଦେଶନା କରିଛନ୍ତି ରୋମୋ ଡିସୁଜା ଏବଂ ସେ ହିଁ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More