ଏବେ ବଲିଉଡ ଫିଲ୍ମ ‘ନବାବଜାଦେ’ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ବିଗତ ଦିନ ଏହି ଫିଲ୍ମର ପଂଜାବୀ ସିଙ୍ଗର ଗୁରୁ ରନ୍ଧାୱାଙ୍କ ଗୀତ ‘ହାଇ ରେଟେଡ ଗବ୍ରୁ’ ରିଲିଜ କରାଯାଇଛି । ଯାହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ନିକଟରେ ଆଉ ଏକ ଗୀତ ରିଲିଜ ହୋଇଥିଲା । ଯାହାକୁ ପ୍ରସିଦ୍ଧ ସିଙ୍ଗର ତଥା ରାପର ବାଦଶାହ ଗାଇଛନ୍ତି ।
ଆଜି ଆଉ ଏକ ଡ୍ୟାନ୍ସ ନମ୍ବର ରିଲିଜ ହୋଇଛି । ଯେଉଁଥିରେ ସଂଜିଦାଙ୍କ ସହ ନବାବଜାଦେର କଳାକାର ଧର୍ମେଶ, ରାଘବ ଜୁଆଲ ଏବଂ ପୁନୀତ ପାଠକ ମଧ୍ୟ ବ୍ୟାକଗ୍ରାଉଣ୍ଡରେ ନିଜ ଡାନ୍ସିଂ ବିଟସ୍ ଦ୍ୱାରା ଲୋକଙ୍କ ମନ କିଣି ପାରିଛନ୍ତି । ରିଲିଜ ହେଉ ହେଉ ଏହି ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଗୀତକୁ ଗାଇଛନ୍ତି ଗୁରିନ୍ଦର ସେଗଲ ।
ଏଠାରେ ଆମେ କହି ରଖୁଛୁ ଯେ ଏହାପୂର୍ବରୁ ସେ ଜିଏଫ ବିଏଫ ମ୍ୟୁଜିକ ଭିଡିଓ ଗାଇଥିଲେ , ଯେଉଁଥିରେ ନଜର ଆସିଥିଲେ ସୁରଜ ପଂଚୋଲି ଏବଂ ଜ୍ୟାକଲିନ ଫର୍ଣ୍ଣାଡିଜ ।