Only for Entertainment

କେବେ ଚୌକିଦାରୀ କରୁଥିଲେ ଅଭିନେତା ନୱାଜୁଦ୍ଦିନ ସିଦ୍ଧିକି, ଏବେ ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରୁଛନ୍ତି ୬ କୋଟି

Hindustan Times
0 46

ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଲୋକଙ୍କ ହୃଦୟରେ ନିଜ ଖାସ ସ୍ଥାନ ସୃଷ୍ଟି କରିଥିବା ଅଭିନେତା ନୱାଜୁଦ୍ଦିନ ସିଦ୍ଧିକି ଆଜି ୪୫ ତମ ଜନ୍ମଦିନ ପାଳନ କରୁଛନ୍ତି । ନବାଦ ୧୯ ବର୍ଷ ପୂର୍ବେ ନିଜର କ୍ୟାରିୟର ଆରମ୍ଭ ଅମିର ଖାନଙ୍କ ଫିଲ୍ମ ‘ସରଫରୋଶ’ରୁ କରିଥିଲେ । କିନ୍ତୁ ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ଗ୍ୟାଙ୍ଗସ ଅଫ ୱାସପେୁର’ରୁ ତାଙ୍କୁ ସଫଳତା ଏବଂ ପରିଚୟ ମିଳିଥିଲା । ଆସନ୍ତୁ ଜାଣିବା ନୱାଜୁଦ୍ଦିନ ସିଦ୍ଧିକିଙ୍କ ଜନ୍ମଦିନରେ ତାଙ୍କ ସହିତ ଜଡିତ କିଛି ଖାସ କଥା ।

ନୱାଜୁଦ୍ଦିନ ସିଦ୍ଧିକି ୟୁପିର ମୁଜଫରନଗରର ଏକ ଛୋଟ ଗ୍ରାମ ବୁଧାନାରେ ଜନ୍ମଗ୍ରହଣ କରିଥିଲେ । ନୱାଜଙ୍କ ପିତା ପେଶାରେ ଜଣେ ଚାଷୀ । ସଙ୍ଘର୍ଷ କରିବା ସମୟରେ ହିଁ ନୱାଜୁଦ୍ଦିନଙ୍କୁ ନକଟ ଗାଁରେ ରହୁଥିବା ଅଞ୍ଜଳୀଙ୍କ ସହିତ ପ୍ରେମ ହୋଇଯାଇଥିଲା ଏବଂ ସେ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ।

nabaz

ନୱାଜଙ୍କ ଗାଁରେ ଥିଏଟରଟିଏ ନଥିଲା ଫିଲ୍ମ ଦେଖିବା ପାଇଁ ତାଙ୍କୁ ୪୫ କିମି ଦୂର ଯିବାକୁ ପଡୁଥିଲା । ବଲିଉଡକୁ ଆସିବା ପୂର୍ବରୁ ସେ ମାତ୍ର ୫ଟି ଫିଲ୍ମ ଦେଖିଥିଲେ । ଏବଂ ଏହି ଫିଲ୍ମରୁ ହିଁ ସେ ଆକ୍ଟିଂ ଶିଖୁଥିଲେ ।

ଗ୍ରାଜୁଏସନ ଶେଷ କରିବା ପରେ ନୱାଜ ଏକ ଔଷଧ ଦୋକାନରେ କିଛି ଦିନ ପାଇଁ କାମ କରିଥିଲେ । ଏହା ପରେ ନୱାଜ ଦିଲ୍ଲୀ ଚାଲିଆସିଥିଲେ ଏବଂ ସେଠାରେ ସେ ଚୌକିଦାର କାମ କରିଥିଲେ । ଏହାପରେ ମଧ୍ୟ ନୱାଜଙ୍କ ଅଭିନୟ ପ୍ରତିଥିବା ଆଗ୍ରହ କମିନଥିଲେ । ସେ ଦିଲ୍ଲୀରେ ହିଁ ଥିଏଟର ଆଡମିଶନ କରିଥିଲେ ।

Nawazuddin-Siddiqui-with-his-wife-Anjali

ଏକ ଇଣ୍ଟରଭ୍ୟୁରେ ନୱାଜ କହିଥିଲେ ସେ ତାଙ୍କ ପତ୍ନୀ ଅଞ୍ଜଳୀଙ୍କୁ କେବେ ମଧ୍ୟ କିସ କରିନାହାଁନ୍ତି । ପ୍ରଥମଥର ପାଇଁ ସେ ମିସ ଲଭଲୀ କୋ-ଷ୍ଟାର ନିହାରୀକା ସିଂଙ୍କୁ ଅନସ୍କ୍ରିନ କିସ କରିଥିଲେ ।

ନୱାଜ ପ୍ରଥମଥର ପାଇଁ ପେପ୍ସୀର କ୍ୟାମ୍ପେନ ବିଜ୍ଞାପନ ‘ସଚିନ ଆଲା ରେ’ରେ ନଜର ଆସିଥିଲେ । ଏହି ବିଜ୍ଞାପନ ପାଇଁ ତାଙ୍କୁ ମାତ୍ର ୫୦୦ ଟଙ୍କା ମିଳିଥିଲା । ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ପାଇଁ ନବାଜଙ୍କୁ ୧୨ ବର୍ଷ ସମୟ ଲାଗିଥିଲା ।

Nawazuddin-Siddiqui

‘ନ୍ୟୁୟର୍କ’ ଫିଲ୍ମରେ ନୱାଜଙ୍କ ଅଭିନୟ ଫିଲ୍ମ ନିର୍ଦ୍ଦେଶକ କବୀର ବେଦୀଙ୍କୁ ଖୁବ ପସନ୍ଦ ଆସିଥିଲା । ଫିଲ୍ମକୁ ଦେଖିବା ପରେ କବୀର ଏତେ ପ୍ରଭାବିତ ହୋଇଥିଲେ ଯେ ‘ବଜରଙ୍ଗୀ ଭାଇଜାନ’ ପାଇଁ ନୱାଜଙ୍କୁ ଅଫର ଦେଇଥିଲେ ।

୨୦୧୨ ନୱାଜଙ୍କ ପାଇଁ ସବୁଠାରୁ ବଡ ଟର୍ନିଂ ପଏଣ୍ଟ ରହିଥିଲା । କାହାଣୀ, ଗ୍ୟାଙ୍ଗସ ଅଫ ୱାସେପୁର ଏବଂ ତଲାସ ପରି ଫିଲ୍ମ ନୱାଜୁଦ୍ଦିନ ସିଦ୍ଧିକିଙ୍କ କ୍ୟାରିୟରକୁ ଶୀର୍ଷରେ ପହଁଚାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More