Only for Entertainment

ନବାଜୁଦ୍ଦିନ ସିଦ୍ଦିକିଙ୍କ ଅପକମିଂ ଫିଲ୍ମ ‘ଜିନିୟସ’ଟ୍ରେଲର ରିଲିଜ ।

zeenews
0 48

ଫିଲ୍ମ ‘ଜିନିୟସ ’ର ଟ୍ରେଲର ଗତକାଲି ମୁମ୍ବାଇରେ ରିଲିଜ କରାଯାଇଛି ଏବଂ ଟ୍ରେଲରରେ ସରପ୍ରାଇଜ ଏଲିମେଂଟ ଭାବେ ନଜର ଆସିଛନ୍ତି ନବାଜୁଦ୍ଦିନ ସିଦ୍ଦୀକୀ । ଏଥିରେ ଫିଲ୍ମ ନିର୍ଦ୍ଦେଶକ ଅନୀଲ ଶର୍ମା ନିଜ ପୁଅ ଉତ୍କର୍ଷ ଶର୍ମାଙ୍କୁ ଲଂଚ କରି ଖୁବ ଖୁସି ଥିବା ନଜର ଆସିଛନ୍ତି ଏବଂ ସେହିଭଳି ଏହି ଫିଲ୍ମରେ ନବାଜଙ୍କୁ ନେଇ ମଧ୍ୟ ଖୁବ ଖୁସି ଥିବା ଜାଣିବାକୁ ମିଳିଛି । ‘ଗଦର’ଭଳି ବ୍ଲକବାଷ୍ଟର ଫିଲ୍ମ ପ୍ରସ୍ତୁତ କରିଥିବା ଅନୀଲ ଶର୍ମାଙ୍କ ନୂଆ ଫିଲ୍ମ ‘ଜିନିୟସ’ରେ ନେଗେଟିଭ ରୋଲରେ ନଜର ଆସିବେ ନବାଜୁଦ୍ଦିନ ।

ଅନୀଲ ଶର୍ମାଙ୍କ କହିବା ମୁତାବକ ନବାଜ ଫିଲ୍ମକୁ ଅନ୍ୟ ସ୍ତରକୁ ନେଇଯାଇଛନ୍ତି । ନବାଜ ଏଥିରେ ଖୁବ ସୁନ୍ଦର କାର୍ଯ୍ୟ କରିଛନ୍ତି । ଅନୀଲ ଶର୍ମା ଏହା ମଧ୍ୟ କହିଛନ୍ତି ଯେ ନବାଜ ଏବଂ ଉତ୍କର୍ଷ ସିନ ଦେଖି ଦର୍ଶକ ନିଶ୍ଚୟ କରତାଳି ଦେବେ ।
ସେହିଭଳି ଫିଲ୍ମରେ ଡେବ୍ୟୁ କରୁଥିବା ଉତ୍କର୍ଷ କହିଛନ୍ତି ନବାଜ ଜଣେ ପ୍ରଫେସନାଲ ଏବଂ ସିନିଅର ଅଭିନେତା ଏବଂ ତାଙ୍କ ସହ ଅଭିନୟ କରିବା ସ୍ୱପ୍ନ ଅଟେ । ନବାଜ ତାଙ୍କୁ ଖୁବ ସପୋର୍ଟ କରୁଥିଲେ ଏବଂ ସେ ନୂଆ ବୋଲି କେବେ ଅନୁଭବ ହେବାକୁ ଦେଇ ନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More