Only for Entertainment

ଏବେ କ୍ରିକେଟ କୋଚ ଭୂମିକାରେ ନଜର ଆସିବେ ନବାଜୁଦ୍ଦିନ ସିଦ୍ଦିକି ?

navbharattimes
0 31

ନିର୍ଦ୍ଦେଶକ କବୀର ଖାନ ୧୯୮୩ରେ ଭାରତ କ୍ରିକେଟ ୱାର୍ଲ୍ଡ କପ ଜିିତିଥିବାକୁ ନେଇ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଏହି ଫିଲ୍ମରେ ରଣବୀର ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ହିଁ ଆରମ୍ଭ ହେବ ଏବଂ ଆଶା କରାଯାଉଛି ଯେ ଏହି ଫିଲ୍ମ ୨୦୧୯ ଅଗଷ୍ଟରେ ରିଲିଜ କରାଯିବ । ଏହି ଫିଲ୍ମର ସୁଟିଂ ମଧ୍ୟ ରିଅଲ ଲୋକେସନ କରାଯିବ ।

ଏକ ରିପୋର୍ଟ ମୁତାବିକ ଏହି ଫିଲ୍ମର ମୁଖ୍ୟ ଭୂମିକା ପାଇଁ ଏବେ ମଧ୍ୟ କାଷ୍ଟିଂ କରାଯାଉଛି । ଏହାମଧ୍ୟ ଖବର ଆସିଛି ଭାରତୀୟ ଟିମର କୋଚ ଭୂମିକାରେ ନଜର ଆସିବେ ନବାଜୁଦ୍ଦିନ ସିଦ୍ଦିକି । ଏହା ପୂର୍ବରୁ ନବାଜ, କବୀର ଖାନ ଏକା ସହ ବଜରଙ୍ଗୀ ଭାଇଜାନ ଫିଲ୍ମରେ କାମ କରିଥିଲେ । ଏହି ଫିଲ୍ମରେ ସେ ପାକିସ୍ତାନୀ ରିପୋର୍ଟର ଭୂମିକାରେ ନଜର ଆସିଥିଲେ । ଯଦିଓ ଏହି ଖବରକୁ ସ୍ପଷ୍ଟ କରି ନାହାନ୍ତି ମାତ୍ର ଏହି ଖବରକୁ ସେ ଅସ୍ୱୀକାର ମଧ୍ୟ କରି ନାହାନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମରେ ରଣବୀର ସିଂ ଭାରତର ସବୁଠାରୁ ସଫଳ ଏବଂ ଅଲରାଉଣ୍ଡର ଏବଂ ପୂର୍ବ କ୍ୟାପଟେନ କପିଲ ଦେବଙ୍କ ଭୁୂମିକାରେ ନଜର ଆସିବେ । ୧୯୮୩ର ପ୍ରୁଡେଂଶଲ କପ ଭାରତୀୟ କ୍ରିକେଟ ଇତିହାସରେ ଲିପିବଦ୍ଦ ହୋଇଅଛି ଯେତେବେଳେ ୨୫ଜୁନରେ ଲଣ୍ଡନର ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ କ୍ରିକେଟ ଟିମ ୱେଷ୍ଟ ଇଣ୍ଡିଜକୁ ହରାଇ ବିଶ୍ୱ କପ ହାସିଲ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More