Only for Entertainment

ପତ୍ନୀଙ୍କ ପଛରେ ଗୁପ୍ତଚର ଲଗାଇ ଫସିଗଲେ ନୱାଜୁଦ୍ଦିନ ସିଦ୍ଦିକି, ଆରୋପ ଲାଗିବା ପରେ ମୁହଁ ଖୋଲିଲେ ପତ୍ନୀ

funniestindian
0 97

ବଲିଉଡର ଲୋକପ୍ରିୟ ଅଭିନେତା ନଓ୍ଵାଜୁଦ୍ଦିନ୍ ସିଦ୍ଦିକି ବର୍ତ୍ତମାନ ଏକ ବ୍ୟକ୍ତିଗତ ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ମୁମ୍ବାଇ ପୁଲିସ କଲ ଡ଼ାଟା ରେକର୍ଡ (ସିଡ଼ିଆର)ମାମଲାରେ ନଓ୍ଵାଜୁଦ୍ଦିନ୍ ସିଦ୍ଦିକ, ତାଙ୍କ ଓକିଲ ରିଜଓ୍ଵାନ ସିଦ୍ଦିକି ଏବଂ ତାଙ୍କ ପତ୍ନୀ ଆଲିୟାଙ୍କୁ ସମନ ଜାରି କରିଛି । ନଓ୍ଵାଜୁଦ୍ଦିନ୍ ତାଙ୍କ ଉପରେ ପତ୍ନୀ ଙ୍କର ବେଆଇନ ଫୋନ କଲ ଡ଼ାଟା ବାହାର କରିବା ଏବଂ ପଛରେ ଗୁପ୍ତଚର ଲଗାଇବା ଆରୋପ ରହିଛି । ଗଣମାଧ୍ୟମରେ ଏହି ଖବର ଆସିବା ପରେ ନଓ୍ଵାଜ ନିଜର ରାଗକୁ ଟ୍ଵିଟର ଜରିଆରେ ପ୍ରଶଂସକଙ୍କ ପାଖରେ ପହଞ୍ଚାଇଛନ୍ତି ।

ସେ ଟ୍ଵିଟ୍ କରିଛନ୍ତି, ‘ମୁଁ କାଲି ସନ୍ଧ୍ୟାରେ ମୋ ଝିଅର ସ୍କୁଲ ପ୍ରୋଜେକ୍ଟରେ ବ୍ୟସ୍ତ ଥିଲି । ଏହି ପ୍ରୋଜେକ୍ଟଟି ହାଇଡ୍ରୋଇଲେଟ୍ରିକ ଫାଇବର ଜେନରେଟର ଉପରେ ଥିଲା। ଆଜି ସକାଳେ ସେହି ପ୍ରୋଜେକ୍ଟର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ଏବଂ ମୁଁ ସେଠାକୁ ଯାଇଥିଲି । ମୁଁ ଆଶ୍ଚର୍ୟ୍ୟ ହେଉଛି କାହିଁକି ମିଡିଆ ମୋ ଉପରେ ଏପରି ବେକାର ଆରୋପ ଲଗାଉଛି ଏବଂ ଏହାକୁ ମୁଁ ଘୃଣା କରେ।’

ଖବର ଅନୁଯାୟୀ, ନଓ୍ଵାଜଙ୍କୁ ତାଙ୍କ ପତ୍ନୀଙ୍କ ଉପରେ ବିଶ୍ୱାସ ନ ଥିଲା । ସେ ତାଙ୍କ ପଛରେ ମହିଳା ଗୁପ୍ତଚର ଲଗାଇଥିଲେ ।ଏହାଛଡ଼ା ନଓ୍ଵାଜ ତାଙ୍କ ଓକିଲ ରିଜଓ୍ଵାନ ସିଦ୍ଦିକିଙ୍କ ସାହାଯ୍ୟରେ ତାଙ୍କ ପତ୍ନୀଙ୍କ ଫୋନ ଡ଼ାଟା ବାହାର କରାଯାଇଥିଲା । ନଓ୍ଵାଜ ଏହି ସବୁ ରିଜଓ୍ଵାନଙ୍କ ଜରିଆରେ କରୁଥିଲେ । ଏହା ସହ ଆଲିୟା କେତେବେଳେ କାହା ସହ କଥା ହେଉଛନ୍ତି ଏହା ଉପରେ ନଜର ରଖୁଥିଲେ ବୋଲି କହିଛନ୍ତି ଜନୈକା ଗୁପ୍ତଚର ରଜନୀ ପଣ୍ଡିତ।

ଏହାର ଗୋଟିଏ ଦିନ ପରେ ନୱାଜଙ୍କ ପତ୍ନୀ ଆଲିୟାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଲିୟା ଫେସବୁକରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି ଯେ, ମିଡିଆରେ ଯେଉଁ ଖବର ପ୍ରସାରିତ ହେଉଛି ତାହାକୁ ନେଇ ନୱାଜଙ୍କ ସହିତ ମୁଁ ମଧ୍ୟ ଆଶ୍ଚର୍ଯ୍ୟ । ଆଗରୁ ମଧ୍ୟ ଆମ ଦୁହିଁଙ୍କ ବିଷୟରେ ଅନେକ ଖବର ସାମ୍ନାକୁ ଆସିଛି । ଆମ ତଲାକ ଠାରୁ ଆରମ୍ଭ କରି ଅନେକ କଥା ମିଡିଆରେ ଚର୍ଚ୍ଚା ହେଇଛି । କିନ୍ତୁ କାଲି ଯେଉଁ ଖବର ସାମ୍ନାକୁ ଆସିଛି ତାହା ଆମ ଦୁଇ ଜଣଙ୍କୁ ଚକିତ କରିଛି ।

ଏହା ସହିତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ନଓ୍ଵାଜୁଦ୍ଦିନ୍ ଜଣେ ମୁସଲମାନ୍ ଏବଂ ସେ ହିନ୍ଦୁ ବ୍ରାହ୍ମଣ ପରିବାରର ଝିଅ। ସେ କେବେହେଲେ ବି ମୋତେ ଧର୍ମ ବଦଳାଇବା ପାଇଁ କିମ୍ବା ଆଲଗା ଧର୍ମର ବୋଲି ଆନୁଭବ କରିବାକବୁ ଦେଇନାହାନ୍ତି । ଆମେ ୧୫ ବର୍ଷ ହେଲା ସୁଖୀ ବୈବାହିକ ଜୀବନ ବିତାଉଛନ୍ତି। ଅଥଚ ମିଡିଆ ଏଭଳି ମିଛ ଖବର କେଉଁଠୁ ପାଉଛି ! ନୱାଜଙ୍କ ଉପରେ ଲାଗିଥିବା ସମସ୍ତ ଆରୋପ ମିଥ୍ୟା ବୋଲି ମଧ୍ୟ ଆଲିୟା କହିଛନ୍ତି । ସେଲିବ୍ରିଟି ହେବା କାରଣରୁ ତାଙ୍କୁ ଏଭଳି ଟାରଗେଟ୍ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More