Only for Entertainment

‘ମଣ୍ଟୋ’ର ଟ୍ରିଜର ରିଲିଜ, ଦମଦାର ଲୁକରେ ନଜର ଆସିଲେ ନୱାଜୁଦ୍ଧିନ ସିଦ୍ଧିକି

DNA India
0 32

ବଲିଉଡ ଅଭିନେତା ନୱାଜୁଦ୍ଧିନ ସିଦ୍ଧିକି ନିଜର ଅଭିନୟ ପ୍ରତିଭାକୁ ନେଇ ସର୍ବଦା ଚର୍ଚ୍ଚାରେ । ନୱାଜ ଖୁବ ଶୀଘ୍ର ଫିଲ୍ମ ‘ମଣ୍ଟୋ’ରେ ନଜର ଆସିବେ । ଏହି ଫିଲ୍ମରେ ସେ ପ୍ରସିଦ୍ଧ ଲେଖକ ସଆଦତ ହସନ ମଣ୍ଟୋଙ୍କ ଭୂମିକାରେ ନଜର ଆସିବେ । ନିକଟରେ ଫିଲ୍ମର ଟ୍ରିଜର ରିଲିଜ ହୋଇଛି । ଟ୍ରିଜରରୁ ଜଣା ପଡୁଛି ଯେ ଫିଲ୍ମରେ ନୱାଜଙ୍କ ଦମଦାର ଚରିତ୍ର ରହିଛି ।

ଏହି ଫିଲ୍ମରେ ନୱାଜଙ୍କ ସହିତ ରସିକା ଦୁଗଲ ଲିଡ ରୋଲରେ ନଜର ଆସିବେ । ରସିକା ଏହି ଫିଲ୍ମରେ ମଣ୍ଟୋଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ଫିଲ୍ମରେ ନୱାଜ ଏକ ଲେଖକ ଭୂମିକାରେ ନଜର ଆସିଛନ୍ତି । ଯେ କି ଜଣେ ବିଦ୍ରୋହୀ । ସେ ଅଦାଲତରେ ନିଜ ପୁସ୍ତକ ବିରୋଧରେ ହୋଇଥିବା ଏଫଆଇଆର ବିରୋଧରେ କେସ ଲଢିଥାନ୍ତି ।

ଭରତରେ ରିଲିଜ ହେବା ପୂର୍ବରୁ ଫିଲ୍ମକୁ ୧୩ ତାରିଖରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯିବ । ନନ୍ଦିତା ଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ପରେଶ ରାୱଲ, ଋଫି କପୁର, ତାହିର ରାଜ ଭସୀନ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More