Only for Entertainment

‘କବିର ସିଂ’ ବିବାଦ : ସାହିଦ କପୁରଙ୍କ ସପକ୍ଷରେ ବାହାରିଲେ ମା’ ନୀଳିମା ଅଜୀମ, କହିଲେ ‘ଏପରି ଅଭିନୟ ପାଇଁ ଓସ୍କାର ମିଳିଥାଏ’

Hauterfly
29

ନିକଟରେ ରିଲିଜ ହୋଇଥିବା ସାହିଦ କପୁରଙ୍କ ଫିଲ୍ମ ‘କବିର ସିଂ’କୁ ନେଇ ପ୍ରଥମରୁ ହିଁ ବିବାହ ଦେଖାଦେଇଛି । ଫିଲ୍ମକୁ ନେଇ ହେଉଥିବା ବିବାଦର ମୂଖ୍ୟ କାରଣ ହେଉଛି ଫିଲ୍ମର ଲିଡ କ୍ୟାରେକ୍ଟର କବିର ସିଂ ଯେ ମହିଳାଙ୍କ ସହିତ ଉଚିତ ବ୍ୟବହାର କରୁନାହାଁନ୍ତି । ଏହି ମାମଲାକୁ ନେଇ ଲୋକ ନିଜ ନିଜ ମତ ଦେଉଥିବାର ଦେଖିବାକୁ ମିଳିଛି । କିଛି ଲୋକେ ସାହିଦଙ୍କ ସପକ୍ଷରେ କହୁଥିବା ବେଳେ କିଛି ଲୋକେ ସାହିଦଙ୍କୁ ପ୍ରଶ୍ନ କରିଛନ୍ତି ସେ କିପରି ଏହି ଚରିତ୍ରରେ ଅଭିନୟ କରିପାରିଲେ ।

ଏହି ବିବାଦ ମଧ୍ୟରେ ଏବେ ସାହିଦ କପୁରଙ୍କ ମା’ ନୀଳିମା ଅଜୀମଙ୍କ ବୟାନ ସାମ୍ନାକୁ ଆସିଛି । ନିଳୀମା ସାହିଦ କପୁରଙ୍କ ଅଭିନୟକୁ ପ୍ରଶଂସା କରି କହିଛନ୍ତି ଏପରି ପର୍ଫମାନ୍ସ ପାଇଁ ହଲିଉଡରେ କଳାକାରଙ୍କୁ ଓସ୍କାର ଦିଆଯାଇଥାଏ ।

ଏହା ସହିତ ସେ କହିଛନ୍ତି କଳାକାରମାନଙ୍କୁ ସ୍ୱତନ୍ତ୍ରତା ରହିଛି ସେମାନେ ନୈତିକ ଭାବେ ଖରାପ ଚରିତ୍ରରେ ଅଭିନୟ କରନ୍ତୁ କାରଣ ଏପରି ଭୂମିକାରେ ପର୍ଫମ କରିବାର ଭଲ ସୁଯୋଗ ମିଳିଥାଏ । ଲୋକଙ୍କୁ ବୁଝିବା ଦରକାର ଯେ ଏହା କେବଳ ଏକ କାହାଣୀ । ଏହାକୁ ନେଇ ନୈତିକତା ଉପରେ ଲେକ୍ଚର ଦେବା ଉଚିତ ନୁହେଁ ।

କବିର ସିଂ କୁ ନେଇ ନୀଳିମା କହିଛନ୍ତି ଯେ, କବିର ନିଜ ବ୍ୟବହାର ପାଇଁ ହିଁ ଅସୁବିଧାର ସାମ୍ନା କରିଥାଏ । ଫିଲ୍ମରେ ତାକୁ ଗ୍ଲୋରିଫାଏ କରାଯାଇନାହିଁ । ଫିଲ୍ମ ଦେଖି ଦର୍ଶକ ଶିଖିବା ଦରକାର ଯେ ସେମାନଙ୍କୁ କବିର ସିଂ ପରି ହେବା କଥା ନୁହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More