Only for Entertainment

କେଶ ଜନିତ ସମସ୍ୟାରୁ ମୁକ୍ତି ପାଇଁ ବ୍ୟବହାର କରନ୍ତୁ ଏହି ପତ୍ର

103

ଯଦି ଆପଣ କେଶକୁ ସୁନ୍ଦର ଏବଂ ଘନ କରିବାକୁ ଚାହୁଁଛନ୍ତି, ତାହାଲେ ବାହାରେ ମିଳୁଥିବା ବିଭିନ୍ନ ପ୍ରକାର ତେଲ ଏବଂ ସାମ୍ପୂ ବ୍ୟବହାର ନ କରି ଘରୋଇ ଉପାୟରେ  ପ୍ରାକୃତିକ ଜିନିଷ ବ୍ୟବହାର କରନ୍ତୁ।ଲିମ୍ବ କେଶକୁ ଝଡ଼ିବାକୁ ଦିଏ ନାହିଁ।  ଘନ କରିଥାଏ। କେବଳ ଏତିକି ନୂହେଁ ଏହା କେଶରେ ରୂପି ସମସ୍ୟା ମଧ୍ୟ ଦୂର କରିଥାଏ।ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ବ୍ୟବହାର କରିବେ।

କିଛି ତାଜା ନିମ୍ବ ପତ୍ର ଆଣି ଭଲରେ ଧୋଇ ଦିଅନ୍ତୁ। ଏହା ପରେ ଏହି ପତ୍ରକୁ ଭଲରେ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହାକୁ ଏବେ କେଶରେ ଲଗାଇ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଆଉ ପରେ ପାଣିରେ ଧୋଇ ଦିଅନ୍ତୁ। ଏହା କେଶକୁ ମଜବୁତ୍‌ କରିବା ସହ ପ୍ରାକୃତିକ କଣ୍ଡିସନର୍‌ ଭଳି କାମ ଦେବ।

ଯଦି କେଶ ଶୁଷ୍କ ହୋଇଯାଇଛି ତାହାଲେ ତାଜା ନିମ୍ବ ପତ୍ର ଆଣି ଖରାରେ ଶୁଖାଇ ଦିଅନ୍ତୁ। ପତ୍ର ଶୁଖିଗଲା ପରେ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହା ପରେ ଆପଣ ନିମ୍ବ ପତ୍ର ଗୁଣ୍ଡକୁ ମହୁରେ ମିଶାଇ କେଶରେ ଲଗାନ୍ତୁ। ଏବଂ କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ। ତେଲରେ ମିଶାଇ ମଧ୍ୟ ଆପଣ ଏହାକୁ ଲଗାଇ ପାରିବେ।ଏହା କଲେ କେଶ ମଜବୁତ୍‌ ହେବ। ଏହା କେଶକୁ ସୁନ୍ଦର ଏବଂ ଘନ ମଧ୍ୟ କରିଥାଏ। ଏହା ସହ ଆପଣଙ୍କ କେଶରେ କୌଣସି ସମସ୍ୟା ହେବାକୁ ଦେବ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More