Only for Entertainment

‘IIFFB 2019’ରେ ନୀନା ଗୁପ୍ତାଙ୍କ ଜଲୱା, ଜିତିଲେ ଦୁଇ ଦୁଇଟି ବଡ ଆୱାର୍ଡ

zee news
39

ଛୋଟ ପରଦା ଠାରୁ ଆରମ୍ଭ କରି ବଡ ପରଦା ପର୍ଯ୍ୟନ୍ତ ସବୁଠାରେ ସଫଳ ହୋଇଥିବା ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଏକ ବଡ ସଫଳତା ମିଳିଛି । ନୀନା ଗୁପ୍ତା ଭାରତୀୟ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବ ବୋଷ୍ଟନରେ ଦୁଇ ଦୁଇଟି ସଫଳତା ମିଳିଛି ।

ଏହି ଫିଲ୍ମ ମହୋତ୍ସବରେ ‘ବଧାଇ ହୋ’ ଅଭିନେତ୍ରୀ ନୀନା ଗୁପ୍ତା ସର୍ବଶେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିବା ସହିତ ତାଙ୍କ ଫିଲ୍ମ ‘ଦ ଲାଷ୍ଟ କଲର’କୁ ସର୍ବଶ୍ରେଷ୍ଠ ଫିଚର ଫିଲ୍ମର ଆୱାର୍ଡ ମିଳିଛି । ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଅଭିନେତ୍ରୀ ନୀନା ଗୁପ୍ତା ଫ୍ୟାନ୍ସଙ୍କ ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

 

କହିରଖୁଛୁ ଯେ, ନୀନା ଗୁପ୍ତା ନିଜର ପ୍ରୋଫେସନାଲ ଲାଇଫକୁ ନେଇ ଯେତିକି ଚର୍ଚ୍ଚାରେ ତାହା ଠାରୁ ଅଧିକ ସେ ତାଙ୍କର ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ । ନୀନା ଖୁବ କମ ବୟସରେ ବିବାହ ନକରି ମା’ ହେବାର ନିର୍ଣ୍ଣୟ ନେଇଥିଲେ । ସେ ଏହାକୁ ନେଇ ଦୁନିଆର ସାମ୍ନା କରିଥିଲେ ଏବଂ ହାର ମାନି ନଥିଲେ । ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ବଧାଇ ହୋ’ ବକ୍ସ ଅଫିସରେ ହିଟ ହୋଇଥିଲା । ଏବଂ ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଖୁବ ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More