Only for Entertainment

ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନୀତି ମୋହନ୍ !

bollywoodshaadis
51

ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନୀତି ମୋହନ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମଡେଲ୍ ତଥା ବଲିଉଡ୍ ଅଭିନେତା ନିହାର୍ ପାଣ୍ଡ୍ୟାଙ୍କ ହାତ ଧରିଛନ୍ତି ନୀତି । ନିହାର୍ ଏକାଦା ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ କରୁଥିଲେ ଡେଟ୍ । ହେଲେ ଏବେ ସେ ହୋଇଛନ୍ତି ନୀତି ମୋହନଙ୍କ ଜୀବନ ସାଥି । ନିହାର୍ ନିକଟରେ ଚଳଚ୍ଚିତ୍ର ମଣିକର୍ଣ୍ଣିକା ଜରିଆରେ ବଲିଉଡରେ କରିଥିଲେ ଏଂଟ୍ରି । ଏହା ପୂର୍ବରୁ ସେ ମେଡଲିଂରେ ନିଜ କ୍ୟାରିଅର୍ ଜାରି ରଖିଥିଲେ ।

ଗତ ବର୍ଷ ଏକ କାର୍ଯ୍ୟକ୍ରମରେ ଏମାନଙ୍କର ପ୍ରଥମ ଦେଖା ହୁଏ । ପ୍ରଥମେ ଦୋସ୍ତି ଓ ପରେ ପ୍ରେମରେ ପରିଣତ ହୁଏ ଏମାନଙ୍କ ସମ୍ପର୍କ । ଯାହା ଏବେ ବିବାହର ରୁପ ନେଇଛି । ନୀତି ମୋହନ୍ ବଲିଉଡରେ ଜମେ ପ୍ଲେ ବ୍ୟାକ୍ ସିଙ୍ଗର୍ ଭାବେ ନିଜ ଯାତ୍ରା ଜାରି ରଖିଛନ୍ତି । ସେପଟେ ତାଙ୍କ ଭଉଣୀ ଶକ୍ତି ମୋହନ୍ କୋରିଓଗ୍ରାଫର୍ ଭାବେ ନିଜ ପରିଚୟ ବନାଇ ପାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More