Only for Entertainment

ବାପା-ପୁଅଙ୍କ ଭିଡିଓ ହେଲା ଭାଇରାଲ ,ୟୁଜର୍ସ କହିଲେ ‘ଯେମିତି ବାପା, ସେମିତି ପୁଅ’!

118

ବଲିଉଡ ଅଭିନେତା ଋଷି କପୂର ପାଖାପାଖି ବର୍ଷେ ହେବ ଚିକିତ୍ସା ପାଇଁ ନ୍ୟୁୟର୍କରେ ଅଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ନିତୁ କପୂର ମଧ୍ୟ ଅଛନ୍ତି । ଯେବେଠାରୁ ନିତୁ ନ୍ୟୁୟର୍କ ଯାଇଛନ୍ତି ସୋସିଆଲ ମିଡିଆରେ ସେ ଖୁବ ଆକ୍ଟିଭ ରହୁଛନ୍ତି । ସେ ଅନେକ ସମୟରେ ଭିଡିଓ ଏବଂ ଫଟୋ ଶେୟାର କରି ଖୁବ ଚର୍ଚ୍ଚାରେ ରହୁଛନ୍ତି । ନିକଟରେ ସେ ଏକ ଭିଡିଓ ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରିଛନ୍ତି । ଏହି ଫଟୋକୁ ପୋଷ୍ଟ କରିବା ସହ ନୀତୁ କ୍ୟାପଶନ ଲେଖିଛନ୍ତି -‘This is so adorable’ ।

ଆପଣଙ୍କୁ ତ ଜଣାଅଛି ଅପ୍ରେଲ ୨୦୧୯ରେ ଋଷି କପୂର କର୍କଟ ରୋଗରେ ପୀଡିତ ବୋଲି ଜଣାପଡିଥିଲା । ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ୟୁଜର୍ସ ଖୁବ ପସନ୍ଦ କରିବା ସହ ଶେୟାର ଏବଂ ଲାଇକ କରିଛନ୍ତି । ଭିଡିଓରେ ପୁଅ ରଣବୀର କପୂର ନିଜ ବାପାଙ୍କ ଗୀତରେ କ୍ୟୁଟ ଅନ୍ଦାଜରେ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଏଥିରେ ତାଙ୍କ ସାଥ ଦେଇଛନ୍ତି ଅନୁଷ୍କା ସେଟ୍ଟୀ ।

 

View this post on Instagram

 

This is so adorable ?

A post shared by neetu Kapoor. Fightingfyt (@neetu54) on

ତେବେ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ରଣବୀର ଏବେ ତାଙ୍କ ଫିଲ୍ମ ସମସେରା ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ବାଣୀ କପୂର । ଦୁହେଁ ଲଦାଖରେ ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More