Only for Entertainment

ପାଖ ମାଡ଼ିବେ ନାହିଁ ଭୂତ ପ୍ରେତ, କରନ୍ତୁ ଏହି ସରଳ ଉପାୟ

dolls of india
369

 ନକରାତ୍ମକ ପ୍ରଭାବ ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ବାସ୍ତୁ ଶାସ୍ତ୍ରରେ ଏହା ଠାରୁ ଦୂରେଇ ରହିବା ପାଇଁ କିଛିି ନିୟମ ରହିଛି । ସେହିଭଳି କିଛି ନିୟମ ବିଷୟରେ ଆସନ୍ତୁ ଆଲୋଚନା କରିବା ।

ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ମୁହଁ କରିବା ଉଚିତ ନୁହେଁ। ଯଦି ମୁଖ୍ୟ ଦ୍ୱାରା ଦକ୍ଷିଣ ଦିଗକୁ ମୁହଁ କରିଛି, ତା’ହେଲେ ତା’ ସମ୍ମୁଖରେ ଏକ ଦର୍ପଣ ଲଗାଇ ଦିଅନ୍ତୁ। ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିବ ନାହିଁ।

ଘରର ପ୍ରବେଶ ଦ୍ୱାରରେ ସ୍ୱସ୍ତିକ, ଓଁ ଅବା ଶୁଭ-ଲାଭ ଚିହ୍ନ ଆଙ୍କନ୍ତୁ। ଏହା ଘର ପାଇଁ ଶୁଭ ହୋଇଥାଏ।

ରୋଷେଇ ଘରର ଆଲମାରୀରେ ଠାକୁର ରଖନ୍ତୁ ନାହିଁ। ଏହାକୁ ଅଶୁଭ ମନାଯାଏ।

ଡ୍ରଇଁ ରୁମ୍‌ କିମ୍ବା ଷ୍ଟଡି ରୁମ୍‌କୁ ସବୁବେଳେ ସବୁଜ ଗଛରେ ସଜାନ୍ତୁ। ଏହା ଦ୍ୱାରା ଘର ଉପରେ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ଓ ପରିବାରରେ କଳିଝଗଡ଼ା ହୁଏ ନାହିଁ।

ଘରର ମୁଖ୍ୟ ଦ୍ୱାର ଓ ଠାକୁର ଘର ପାଖରେ ଶୌଚାଳୟ କରନ୍ତୁ ନାହିଁ। ଏହା ଦ୍ୱାରା ଧନହାନି ହୋଇଥାଏ। ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

କବାଟ ଖୋଲିଲା ବେଳେ ବା ବନ୍ଦ କଲା ବେଳେ ଶବ୍ଦ ହେଉଥିଲେ ଅଶୁଭ ବୋଲି କୁହାଯାଏ। ତେଣୁ କବଜାରେ ତେଲ ଦିଅନ୍ତୁ। କବାଟ ଆଉ ଶବ୍ଦ କରିବ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More