Only for Entertainment

ବିବାହ ସମୟରୁ ହିଁ ପ୍ରେଗ୍ନେଣ୍ଟ ଥିଲେ ନେହା ଧୂପିଆ, ୩ ମାସ ପରେ ପ୍ରଥମଥର ପାଇଁ ବେବି ବମ୍ପ ସହିତ କଲେ ରାମ୍ପ ୱାକ୍ ।

The Indian Express
0 21

ଅଭିନେତ୍ରୀ ନେହା ଧୂପିଆ ବିବାହ ପରେ ପରେ ପ୍ରେଗ୍ନେନ୍ସିକୁ ନେଇ ଲାଇମଲାଇଟରେ ରହିଥିଲେ । କିନ୍ତୁ ପୂର୍ବରୁ ଏହି ଖବରକୁ ଗୁଜବ ବୋଲି କହି ଏଡାଇ ଦେଉଥିଲେ । କିନ୍ତୁ ଶୁକ୍ରବାର ନେହା ଇଂଷ୍ଟାଗ୍ରାମରେ ଫଟୋ ସେୟାର କରି ଏହି ଖୁସି ଖବର ବିଷୟରେ ଫ୍ୟାନମାନଙ୍କୁ କହିଥିଲେ । ନିକଟରେ ପତି ଅଙ୍ଗଦ ବେଦୀଙ୍କ ସହିତ ମାଳଦୀପରୁ ଛୁଟି କଟାଇ ଫେରିଥିବା ନେହା ଲାକ୍ମୀ ଫ୍ୟାସନ ୱିକରେ ଭାଗ ନେଇଥିଲେ ।

ନେହା ପତି ଅଙ୍ଗଦ ବେଦୀଙ୍କ ସହିତ ରାମ୍ପରେ ଚାଲିଥିଲେ । ପୂର୍ବରୁ ବେବି ବମ୍ପକୁ ଲୁଚାଉଥିବା ନେହା ରାମ୍ପରେ ବିନ୍ଦାସ ହୋଇ ଚାଲିଥିଲେ । ନେହା ଏବଂ ଅଙ୍ଗଦଙ୍କ ଅନେକ ଫଟୋ ଏବେ ସାମ୍ନକୁ ଆସିଛି । ଏହାପୂର୍ବରୁ ଅଭିନେତ୍ରୀ କରୀନା କପୁର ଖାନ ବେବି ବମ୍ପ ସହିତ ରାମ୍ପ ୱାକ୍ କରିଥିଲେ ।

ନେହା ଏବଂ ଅଙ୍ଗଦ ଡିଜାଇନର ପାୟଲ ସିଙ୍ଘଲଙ୍କ ପୋଷାକ ପିନ୍ଧି ରାମ୍ପରେ ଚାଲିଥିଲେ । ନେହା ନିଜ ଅନୁଭବ ସେୟାର କରି କହିଥିଲେ ସେ ଖୁବ ଖୁସି ଅଛନ୍ତି ଏବଂ ପ୍ରତ୍ୟେକ ମୁମେଣ୍ଟରୁ ମନଭରି ଉପଭୋଗ କରିବାକୁ ଚାହାଁନ୍ତି । ସେ ଏହା ମଧ୍ୟ କହିଥିଲେ ତାଙ୍କ ବେବି ହେବା ପରେ ସେ କହିପାରିବେ ସେ ଜନ୍ମ ପୂର୍ବରୁ ହିଁ ରାମ୍ପରେ ଚାଲିସାରିଛି । ଏହା ସହିତ ନେହା କହିଥିଲେ ଏବେ ମହିଳାମାନେ ପ୍ରେଗ୍ନେନ୍ସି ସମୟରେ ମଧ୍ୟ କାମ କରୁଛନ୍ତି । ଯାହା ଖୁବ ଭଲ କଥା ।

କହିରଖୁଛୁ ଯେ ନେହା ଏବଂ ଅଙ୍ଗଦ ୧୦ ମଇରେ ଦିଲ୍ଲୀର ଏକ ଗୁରୁଦ୍ୱାରାରେ ପ୍ରାଇଭେଟ ସେରେମୋନିରେ ବିବାହ କରିଥିଲେ । ବିବାହରେ କେବଳ ପରିବାର ଲୋକ ସାମିଲ ହୋଇଥିଲେ । ବିବାହ ପରେ ପରେ ମିଡିଆରେ ନେହା ପ୍ରେଗ୍ନେଣ୍ଟ ଥିବା ଖବର ଖେଳିଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More