Only for Entertainment

ବଲିଉଡ ଅଭିନେତ୍ରୀ ନେହା ଧୁପିଆ ମା’ ହେବାକୁ ଯାଉଛନ୍ତ. ଟ୍ୱିଟ କରି ଜଣାଇଲେ ଖୁସି ଖବର !

tweeter
0 33

ଅଭିନେତ୍ରୀ ନେହା ଧୂପିଆ ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇ ଦେଇଛନ୍ତି । ଆଉ ଏଥର ନିଜ ମାଆ ହେବାର ଖବର ଦେଇ ନେହା ସଭିଁଙ୍କୁ ଚକିତ କରିଛନ୍ତି । ନେହା ଶୁକ୍ରବାର ନିଜ ସୋସିଆଲ୍ ମିଡିଆରେ ମାଆ ହେବାର ଖବର ଫ୍ୟାନ୍ସ ଓ ବନ୍ଧୁଙ୍କ ସହ ସେୟାର୍ କରିଛନ୍ତି । ନେହା ସ୍ୱାମୀ ଅଙ୍ଗଦ ବେଦିଙ୍କ ସହ କିଛି ଫଟୋ ସେୟାର୍ କରି କାପ୍ସନ୍ ଦେଇଛନ୍ତି ଏବେ ଜୀବନର ନୂଆ ସଫର୍ ଆରମ୍ଭ ହେବାକୁ ଯାଉଛି ।

ତେବେ ଆପଣଙ୍କୁ କହି ରଖୁଛୁ, ନେହା ଧୂପିଆ ଓ ଅଙ୍ଗଦ ବେଦିଙ୍କ ବିବାହ ସମୟରେ ଅନେକ ର୍ୟୁମର୍ ହେଉଥିଲା ନେହାଙ୍କ ମାଆ ହେବାର । ଖବର ଆସୁଥିଲା କି, ନେହା ପ୍ରେଗ୍ନାଂଟ୍ ହୋଇଥିବାରୁ ତରବରିଆ ଭାବେ ସିକ୍ରେଟ୍ଲି ବିବାହ କରିଦେଇଛନ୍ତି । ଆଉ ବିବାହ ପରେ ଘୋଷଣା କରିଛନ୍ତି । ପରେ ନେହା ଓ ଅଙ୍ଗଦ ଏମିତି କି ନେହାଙ୍କ ପରିବାର ଲୋକ ବି ଏହି ଖବରକୁ ମାନି ନଥିଲେ । ହେଲେ ଏବେ ନେହା ଧୂପିଆ ନିଜ ମାଆ ହେବାର ଖବର ଦେଇ ସମସ୍ତଙ୍କ ମନରେ ଥିବା ଏହି ସନ୍ଦେହ ଦୁର କରିଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More