Only for Entertainment

ହିମାଂଶ କୋହଲିଙ୍କ ସହ ବ୍ରେକଅପ ପରେ ନେହା କକ୍କଡ ସମସ୍ତଙ୍କୁ କଲେ ଆଶ୍ଚର୍ଯ୍ୟ, ଶେୟାର କଲେ ଇମୋସନାଲ ପୋଷ୍ଟ !

26

ବଲିଉଡ ସିଙ୍ଗର ଏବଂ ଇଣ୍ଡିଆନ ଆଇଡଲ ୧୦ର ବିଚାରକ ଗାୟିକା ନେହା କକ୍କଡ ପୁଣି ଥରେ ହିମାଂଶ କୋହଲିଙ୍କ ସହ ନିଜ ବ୍ରେକଅପକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏଭଳି ମନେ ହେଉଛି ଯେ ନେହା ନିଜ ସମ୍ପର୍କକୁ ଏବଂ ପ୍ରେମକୁ ଭୂଲି ପାରୁନାହାନ୍ତି । ହିମାଂଶ କୋହଲିଙ୍କ ସହ ବ୍ରେକଅପ ପରେ ନେହା ଏଭଳି ଭାଙ୍ଗି ପଡିଛନ୍ତି ଯେ ସେ ଇଣ୍ଡିଆନ ଆଇଡଲ ଶୋ’ରେ ହିଁ କାନ୍ଦି ପକାଇଥିଲେ । ଏହାମଧ୍ୟରେ ସୋସିଆଲ ମିଡିଆରେ ନେହା କକ୍କଡଙ୍କ ଏକ ପୋଷ୍ଟ ଖବ ଭାଇରାଲ ହେବାରେ ଲାଗିଛି ଯାହାକୁ ପଡି ତାଙ୍କ ଫ୍ୟାନ୍ସଙ୍କ ହୃଦୟରେ ମଧ୍ୟ ଆଘାତ ଲାଗିପାରେ ।

ନେହା କକ୍କଡ ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି, ଯାହାକୁ ପଢି ଅନୁମାନ ହେଉଛି ଯେ ନେହା ସ୍ୱୀକାର କରିଛନ୍ତି ଯେ ସେ ଡିପ୍ରେସନରେ ଅଛନ୍ତି ।

ନେହା ପୋଷ୍ଟରେ ଲେଖିଛନ୍ତି ଯେ ସେ ଡିପ୍ରେସନରେ ଅଛନ୍ତି ଏବଂ ସେ ଆଉ ମଧ୍ୟ ଲେଖିଛନ୍ତି ଯେ ଦୁନିଆର ସମସ୍ତ ନେଗେଟିଭ ଲୋକଙ୍କୁ ଧନ୍ୟବାଦ । ଏହିଭଳି କିଛି ଲେଖି ପୋଷ୍ଟ ଜରିଆରେ ନେହା ତାଙ୍କ ବ୍ୟକ୍ତିଗତ ଜୀବନକୁ ଜାଣିବା ପାଇଁ ଚାହୁଁଥିବା ଲୋକଙ୍କୁ ଜବାବ ଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ନେହା ହିମାଂଶଙ୍କ ସହ ବ୍ରେକଅପ ପରେ ଏକ ଇମୋସନାଲ ପୋଷ୍ଟ ଲେଖିଥିଲେ ଯେଉଁତିରେ ନେହା ଲେଖିଥିଲେ ଯେ, ‘ମତେ ଜଚ୍ଚା ନଥିଲା ଯେ ଦୁନିଆରେ ଏଭଳି ଖରାପ ଲୋକ ମଧ୍ୟ ରହୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More