Only for Entertainment

ହାପି ବର୍ଥଡେ ନେହା କକ୍କର :ଅର୍ଦ୍ଧ ରାତ୍ରିରେ ‘ବୟଫ୍ରେଣ୍ଡ’ଦେଲେ ଏଭଳି ସରପ୍ରାଇଜ, ନେହା ହୋଇଗଲେ ଖୁସି ।

Hindustan Times
0 75

ବଲିଉଡର ପପୁଲାର ଏବଂ ସେନସେଶନାଲ ସିଙ୍ଗର ନେହା କକ୍କରଙ୍କୁ ଆଜି ୩୦ବର୍ଷ ହେଲା । ନେହାଙ୍କ ଜନ୍ମ ୬ଜୁନ ୧୯୮୮, ହୃଶିକେଷରେ ହୋଇଥିଲା । ସେ ୧୧ବର୍ଷ ବୟସରେ ‘ଇଣ୍ଡିଆନ ଆଇଡଲ ସିଜନ ୨’ରେ ଭାଗ ନେଇ ସେ ପପୁଲାର ହୋଇଥିଲେ । ଧତିଙ୍କ ନାଚ, ସନି ସନି, ଲଣ୍ଡନ ଠୁମକ ଦା, କାଲା ଚଷମା ସହ ବଲିଉଡରେ ଅନେକ ଆଇଟମ ଗୀତରେ ନିଜର ସ୍ୱରର ଯାଦୁ ବିଛେଇଥିବା ନେହା ଦର୍ଶକଙ୍କର ପ୍ରିୟ ହୋଇ ପାରିଛନ୍ତି । ନେହା ତାଙ୍କ ୩୦ତମ ଜନ୍ମ ଦିବସ ବୟଫ୍ରେଣ୍ଡ ଅଭିନେତା ହିମାଂଶ କୋହଲିଙ୍କ ସହ ସେଲିବ୍ରେଟ କରିଛନ୍ତି । ଏହାର ଏକ ଭିଡିଓ ନେହାଙ୍କ ଫ୍ୟାନ କ୍ଲବ ସେୟାର କରିଛନ୍ତି ।

ନେହା ଏବଂ ହିମାଂଶଙ୍କ ବନ୍ଧୁତା ଏବେ ଖୁବ ଚର୍ଚ୍ଚାରେ ରହିଛି ଏବଂ ଏହାକୁ ନେଇ ଅନେକ ପ୍ରକାର କଥା ଶୁଣିବାକୁ ମିଳୁଛି । ଯଦିଓ ସେମାନେ ତାଙ୍କର ଏହି ସମ୍ପର୍କକୁ ବନ୍ଧୂତାର ପରିଚୟ ଦେଇଛନ୍ତି । ନେହା ହିମାଂଶଙ୍କ ସହ ଏବେ ଏକ ନୁଆ ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହି ଭିଡିଓକୁ ୮୦ମିଲିଅନକୁ ଅଧିକ ଥର ଦେଖା ଯାଇ ସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More