Only for Entertainment

ଆଁଖ ମାରେ ଓ ଲଡ଼କା……..ଗୀତରେ ଡ୍ୟାନ୍ସ କରି କ୍ରେଜ ବଢାଇଲେ ବଲିଉଡ ଗାୟିକା ନେହା କକ୍କର ।

youtube
109

ନେହା କକ୍କର ନିଜ ନିଆରା ଗୀତ ମାଧ୍ୟମରେ ଖୁବ କମ ସମୟ ମଧ୍ୟରେ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି । କେବଳ ଗୀତରେ ନୁହେଁ ବରଂ ଡ୍ୟାନ୍ସ କରିବାରେ ମଧ୍ୟ କାହାଠରୁ କମ ନୁହଁନ୍ତି ଏହି ବଲିଉଡ ଗାୟିକା । ନିଜର ସୁରେଲି ଗାୟିକି ତାଙ୍କୁ ଖୁବ ଜନପ୍ରିୟ କରିପାରିଛି । ତେବେ କେବଳ ନେହା ନୁହଁନ୍ତି ତାଙ୍କ ସଫଳତା ପଛରେ ଟୋନି କକ୍କରଙ୍କ ବଦାନ୍ୟ କିଛି କମ ନୁହେଁ । ଉଭୟ ଭାଇ ଭଉଣୀ ବଲିଉଡରେ ଗୀତ ଗାଇ ସବୁବେଳେ ନିଜ ଫ୍ୟାନ ମାନଙ୍କୁ ଗୋଟିଏ ପରେ ଗୋଟିଏ ଭେଟି ଦେଇ ଚାଲିଛନ୍ତି । ଯେଉଁ କାରଣରୁ ନେହାଙ୍କର ଇଂଷ୍ଟାଗ୍ରାମ ଆକାଉଂଟରେ ଯଥେଷ୍ଟ ଫଲୋର୍ସ ଅଛନ୍ତି । ଫ୍ୟାନ୍ସଙ୍କ ମଧ୍ୟରେ ନେହାଙ୍କ ପାଇଁ କ୍ରେଜ ଦେଖିବାକୁ ମିଳେ ପ୍ରତ୍ୟେକଟି ଗୀତରେ । ଏହି ମଧ୍ୟରେ ନଜର ପକାଇବା ଏକ ସାଧାରଣ ଏବଂ ଭିନ୍ନ କଥା ଉପରେ । ତାହା ହେଉଛି ଇଣ୍ଡିଆନ ଆଇଡଲରେ ଗାୟିକା ଭାବରେ ନିଜର କଳା ପ୍ରଦର୍ଶନ କରୁଥିବା ସମୟରେ ନେହା ଉଭୟ ଗୀତ ଓ ନୃତ୍ୟରେ ନଜର ଆସନ୍ତି । ଯାହା ହେଉଛି ତାଙ୍କ ଗାୟିକିର ଏକ ନିଆରା କଳା ପ୍ରଦର୍ଶନ । ଏଥିପାଇଁ ତାଙ୍କୁ କେବଳ ଦର୍ଶକ ଖୁବ ପସନ୍ଦ କରନ୍ତି ତାହା ନୁହେଁ ବରଂ ଜଜ ମାନଙ୍କ ଠାରୁ ମଧ୍ୟ ଖୁବ ପ୍ରଶଂସା ପାଇଛନ୍ତି ନେହା । ତେବେ ଏହି ନୃତ୍ୟ କରିବାର ଶୈଳୀକୁ ଛାଡ଼ି ନାହାଁନ୍ତି ବଲିଉଡର ଏହି ଚୁଲବୁଲି ନାୟିକା । ନିଜେ ଗାଇଥିବା ଗୀତରେ ଡ୍ୟାନ୍ସ କରି ମଝିରେ ମଝିରେ ସେ ତାଙ୍କ ଫ୍ୟାନ୍ସଙ୍କ କ୍ରେଜକୁ ଅଧିକ ବଢାଇ ଦେଇଥାନ୍ତି ।

ନିକଟରେ ଫିଲ୍ମ ସିମ୍ବାରେ ଆଁଖ ମାରେ ଓ ଲଡ଼କା ଆଁଖ ମାରେ ଗୀତକୁ ଗାଇଛନ୍ତି ନେହା କକ୍କର । ତେବେ ଗୀତତ ସମସ୍ତଙ୍କ ମଧ୍ୟରେ ଖୁବ ଆଦୃତ ହୋଇଛି ଏବଂ ଗୀତକୁ ଖୁବ ଗୁଣୁଗୁଣୁ ହେଉଛନ୍ତି ଫ୍ୟାନ୍ସ । ଏହା ସହିତ ନେହା ନିଜେ ଏହି ଗୀତରେ ଡ୍ୟାନ୍ସ କରି ଏକ ଭିଡ଼ିଓ ଶେୟାର କରିଛନ୍ତି । ଯାହା ବର୍ତ୍ତମାନ ସୁଦ୍ଧା ୮୪,୬୧୯ ଜଣ ଦର୍ଶକ ଦେଖି ସାରିଛନ୍ତି । ତେବେ ନେହାଙ୍କ ଏହି ଡ୍ୟାନ୍ସ ଶୈଳୀକୁ ଖୁବ ପସନ୍ଦ କରୁଛନ୍ତି ତାଙ୍କ ଫ୍ୟାନ୍ସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More