Only for Entertainment

‘ଧୀମେ ଧୀମେ’ ଗୀତରେ ନେହା କକ୍କରଙ୍କ ଡ୍ୟାନ୍ସ ଭିଡ଼ିଓ ଭାଇରାଲ

bollywood tadka
72

ବଲିଉଡ ଏବଂ ପୋଲିଉଡର ସୁପରହିଟ ସିଙ୍ଗର ନେହା କକ୍କର ଆଜିକାଲି ଖୁବ ଚର୍ଚ୍ଚାରେ ରହୁଛନ୍ତି । କେବଳ ମନଛୁଆଁ ଗୀତ ନୁହେଁ ବରଂ କିମିଆ କରିଦେବା ଭଳି ଡ୍ୟାନ୍ସ କରି ନେହା ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ।

ନିକଟରେ ନେହାଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଗାୟିକା ଖୁବ ଝୁମୁଥିବାର ନଜର ଆସିଛନ୍ତି । ନେହା ଗାଡ଼ିର ବୋନେଟ ଉପରେ ଡ୍ୟାନ୍ସ କରୁଥିବାର ନିଆରା ଷ୍ଟାଇଲର ଭିଡ଼ିଓ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି ।

କହିରଖୁଛୁ ଧୀମେ ଧୀମେ’ ଗୀତ ହେଉଛି ନେହାଙ୍କ ଭାଇ ଟୋନି କକ୍କରଙ୍କ ଗୀତ । ଅବଶ୍ୟ ନେହା ଭିଡ଼ିଓ ଶେୟାର କରି କ୍ୟାପ୍ସନରେ ଲେଖିଛନ୍ତି, ମୋ ନୂଆ ଗୀତର ସୁଟିଂ ମଧ୍ୟରେ ମସ୍ତୀଭରା ଭିଡ଼ିଓ । ତେବେ ନେହା ତାଙ୍କ ନୂଆ ଗୀତର ଲଗାତାର ପ୍ରମୋଶନ କରୁଛନ୍ତି । ନିଜ ଗୀତ ସହିତ ନେହା ତାଙ୍କ ଭାଇ ଟୋନିଙ୍କ ଗୀତକୁ ମଧ୍ୟ ପ୍ରମୋଟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More