Only for Entertainment

‘କୋକା କୋଲା’ ସଙ୍ଗରେ ନେହା କକ୍କର ଲଗାଇଲେ ଜବରଦସ୍ତ ଠୁମକା, ବାରମ୍ବାର ଦେଖାଯାଉଛି ଭିଡିଓ

India
38

ବଲିଉଡ ସିଙ୍ଗର ନେହା କକ୍କରଙ୍କ ଭଏସ୍ ଯେତେ ପପୁଲାର ତାଙ୍କର ଇଂଷ୍ଟାଗ୍ରାମ ଭିଡିଓ ମଧ୍ୟ ସେତିକି ପପୁଲାର । ନେହା କକ୍କର ନିକଟରେ ଇଂଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ନେହା ‘କୋକା କୋଲା’ ସଙ୍ଗରେ ୱାର୍ଲ୍ଡ ଫେମସ ଡିଜେ ମାର୍ଶମେଲୋଙ୍କ ସହିତ ଠୁମକା ଲଗାଉଥିବାର ନଜର ଆସିଛନ୍ତି । ଡିଜେ ମାର୍ଶମେଲୋ ଏବେ ଇଣ୍ଡିଆ ଟୁରରେ ଅଛନ୍ତି ଏବଂ ଏଠାରେ ପର୍ଫମ କରୁଛନ୍ତି । ଡିଜେ ମାର୍ଶମେଲୋଙ୍କ ସବୁଠାରୁ ବଡ ବିଶେଷତା ହେଉଛି ସେ ନିଜର ଚେହେରା କାହାକୁ ଦେଖାନ୍ତି ନାହିଁ ଚେହେରାରେ ସବୁବେଳେ ଏକ କଭର ଲଗାଇ ରଖିଥାନ୍ତି । ନେହାଙ୍କ ସହିତ ମାର୍ଶମେଲୋଙ୍କ ଡ୍ୟାନ୍ସକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।

 

ନେହା ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ଯେବେ ମାର୍ଶମେଲୋ ଏବଂ ନେହୁ ଟୋନି କକ୍କରଙ୍କ ଗୀତ ‘କୋକା କୋଲା’ ଜବରହଦସ୍ତ ଡ୍ୟାନ୍ସ କଲେ । ଖୁସି ବାଣ୍ଟିବାର ଚେଷ୍ଟା । ମେଲୋ ଭାରତ ଆପଣଙ୍କୁ ଖୁବ ଭଲପାଏ ।’ ନେହାଙ୍କ ଏହି ଭିଡିଓକୁ ଏପର୍ଯ୍ୟନ୍ତ ସାଢେ ୩ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଏବା ପୂର୍ବରୁ ନେହା ‘ଲୁଡୋ’ ସଙ୍ଗରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ । ଲୋକେ ନେହାଙ୍କ ଡ୍ୟାନ୍ସକୁ ଖୁବ ପସନ୍ଦ ମଧ୍ୟ କରିଥିଲେ । କହିରଖୁଛୁ ଯେ, ଟୋନି କକ୍କରଙ୍କ ଗୀତ ‘କୋକା କୋଲା’କୁ ଫିଲ୍ମ ‘ଲୁକା ଛୁପି’ରେ ରିକ୍ରିଏଟ କରାଯାଇଛି । ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ ଏବଂ କୃତି ସେନନ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି । ଫିଲ୍ମ ୧ ମାର୍ଚ୍ଚରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More